ଚର ବା ଅଚର ସବୁ ତୁମର କଳ୍ପନା
ଚନ୍ଦ୍ର,ସୂର୍ଯ୍ୟ ଆଦି ସର୍ବ ତୁମ୍ଭର ସର୍ଜ୍ଜନା ।
ଚାହିଁଛ ବର୍ଷକେ ଥରେ ସ୍ୱଗୃହ ଯିବାକୁ
ଚାଲିଆସ ଗୁଣ୍ଡିଚାରେ ରଥ ଉପରକୁ ।
ଚିତ୍ତାକର୍ଷକ ଯେମିତି ତୁମ ଦାରୁମୂର୍ତ୍ତି
ଚିରଋଣୀ ହୋଇଯିବୁ ବଢେଇଲେ ଭକ୍ତି ।
ଚୁନା କରିଦିଅ ପ୍ରଭୁ ଆମର ଗରବ
ଚୁମି ଦିଅ ଖାଲି ତାକୁ ଯିଏସେ ଗରୀବ ।
ଚୂଳ ବାନ୍ଧୁଥିଲ ଦିନେ ମୟୁର ପୁଚ୍ଛରେ
ଚୂଷିଥିଲ ମାଖନକୁ ସୁଯୋଗ ବେଳରେ ।
ଚେଦିପତି ବଧି ବାହା ବାହା ନେଇଥିଲ
ଚେତନା ଜାଗ୍ରତ କରି ମୋହ ଦୂର କର ।
ଚୈତ ମାସେ ହୁଏ ତୁମ୍ଭ ଦୟଣା ଯାତରା
ଚୈତନ ଉଦୟ କର ଆମେ ଦିଗହରା ।
ଚୋର ବି ପ୍ରାର୍ଥନା କଲେ ତାକୁ କୋଳାଉଛ
ଚୋରା ଚାହାଣୀରେ ତୁମ୍ଭେ ମନକୁ ମୋହୁଛ ।
ଚୈାପଦୀ ଲେଖିବା ପାଇଁ ଦିଅ ମୋତେ ବଳ
ଚୈାବରଗ ଫଳ ଦେଇ ସର୍ବେ କର ଭୋଳ ।

(ଚର-ସଜୀବ, ଅଚର-ନିର୍ଜ୍ଜୀବ, ଚୁନା-ଧ୍ୱଂସ, ଚୂଷିଥିଲ-ଶୋଷିଥିଲ, ଚେଦିପତି-ଚେଦି ଦେଶର ରାଜା-ଶିଶୁପାଳ, ଚୈାପଦୀ-ଚାରିପଦ ବିଶିଷ୍ଟ କବିତା, ଚୈାବର୍ଗ-ଧର୍ମ, ଅର୍ଥ, କାମ, ମୋକ୍ଷ)

ଇଂ ଦୀପ୍ତି ରଞ୍ଜନ ପଣ୍ଡା
ଆଇଗିଣିଆ, ଭୁବନେଶ୍ୱର
ଦୂରଭାଷ : ୯୪୩୭୦୮୧୩୩୩