ଭଙ୍ଗା ହୃଦୟ - ଜିତେନ୍ଦ୍ର ସାହୁ

0

ଭାଙ୍ଗିବାର ତମେ ଜାଣିଅଛ ବୋଲି
    ଭାଙ୍ଗୁଛ ଥରକୁ ଥର,
ଆଉ କେତେ ଥର ଭାଙ୍ଗିବ ଗୋ କୁହ
    ଭଙ୍ଗା ହୃଦୟକୁ ମୋର,,।।

ନିଇତି ମରୁଛି ନିଇତି ବଞ୍ଚୁଛି
     ପିଇ ଛଳନା ଜହର,
ମରିବାକୁ ମତେ ଛାଡିଦେଇ ଏଠି
   ହେଲ ତମେ ଆଉ କାହାର,,
ବିଦାରି ମୋ ଛାତି କରୁଛି ପ୍ରହାର
   ବେଦରଦୀ ସ୍ମୃତି ତମର,
ଆଉ କେତେ ଥର ଭାଙ୍ଗିବ ଗୋ କୁହ
    ଭଙ୍ଗା ହୃଦୟକୁ ମୋର,,।।

ଭଲ ପାଉଥିଲି ହୃଦୟେ ସାଇତି
     ଭାବି ତମକୁ ମୁଁ ନିଜର,
ତମେ କିନ୍ତୁ ନିଜେ ମୋ ପ୍ରେମ ସୁଖରେ
     ଲଗେଇ ଦେଲ ନଜର,,
ହୃଦ ଖଣ୍ଡକରେ ପ୍ରତି କ୍ଷଣକରେ
     ତମ ଧୋକା ଉପହାର,
ଆଉ କେତେ ଥର ଭାଙ୍ଗିବ ଗୋ କୁହ
    ଭଙ୍ଗା ହୃଦୟକୁ ମୋର,,।।

ଜିତେନ୍ଦ୍ର ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)