
ଜଙ୍ଗଲରେ ଦିନେ ବସିଥିଲା ଥରେ
ବୃକ୍ଷ ଙ୍କର ମହା ସଭା
ଚରକ, ଶୁଶୃତ. ଧୟନ୍ତରୀ ମୁନି
ହୋଇଥିଲେ ସେଠି ଉଭା .. ।
ଜାତି ଜାତି ବୃକ୍ଷ ଥିଲେ ସେ ସଭାରେ
ଶୁଣିବେ ମୁନିଙ୍କ ବାଣୀ
କାହା ଶରୀରରେ. କି ଗୁଣ ରହିଛି?
ନିଜେ ନ ପାରନ୍ତି ଜାଣି... ।
ମୁନି ରୁଷି ଗଣ ଜଣ ଜଣ କରି
ବୁଝାଇବେ ଦୋଷ ଗୁଣ
ଜନମ ତାଙ୍କର ସାର୍ଥକ ହୋଇବ
ଉପ ଚାରି ନେଲେ ଗୁଣ.... ।
ଏ ମହୀ ମଣ୍ଡଳେ. ଜନମ ତାଙ୍କର
ସୃଷ୍ଟିର ମଙ୍ଗଳ ପାଇଁ
ଅଜ୍ଞାନୀ ମଣିଷ. ଗୁଣ ନ ପରଖି
ନଷ୍ଟ କରିବାରେ ବାଇ.... ।
ଜଣ ଜଣ କରି ବେନି ମୁନି ଗଣ
ବଖାଣିଲେ ବୃକ୍ଷ ଗୁଣ
ଏତେ ଉପକାରୀ. ଏ ବୃକ୍ଷ ଆମରି
ନ ସୁଝି ପାରିବା ରୁଣ... ।
ଅଙ୍ଗରେ ତାଙ୍କର ଭରି ରହିଅଛି
ରୋଗ ନିବାରଣ ଶକ୍ତି
ସେଥିପାଇଁ ଯେତେ ଜ୍ଞାନୀ, ସାଧୁ ସନ୍ଥ
ସାଦରେ କରନ୍ତି ଭକ୍ତି... ।
ଜୀବ ଜଗତ କୁ ପ୍ରତି ମୁହୂର୍ତ୍ତରେ
ଦିଅନ୍ତି ଅମୋଘ ବର
ତାଙ୍କ ଉପଚାର. ଜୀବ ଶରୀରରେ
ରୋଗ ନ କରନ୍ତି ଘର ... ।
ବୃକ୍ଷ ର ପରାଶେ. ସୁସ୍ଥ ପରିବେଶ
ଶୁଦ୍ଧ ବାୟୁ ମିଳେ ସିନା
ଅମୂଳକ ଅଟେ ଏ ଜୀବ ଜଗତ
ବୃକ୍ଷ ସହାୟତା ବିନା... ।
ତେଣୁ ହେ ମାନବ ବୃକ୍ଷ କୁ ନ କାଟି
ଦେବ ସ୍ଥାନେ ପୂଜା କର
ବୃକ୍ଷ ର ପରାଶେ. ଏ ଜୀବ ଜଗତ
ଦିଶିବ ଭାରି ସୁନ୍ଦର... ।
Kumuda chandra Dalei
