ରମ୍ୟ ରୂପ କାନ୍ତି ଅନନ୍ୟା ସୁନ୍ଦରୀ
     ସରଗର   ସୁନାପରୀ ,
ସାଧବ କୁଳର   ସ୍ଵର୍ଣ୍ଣାଭ ସ୍ଵାକ୍ଷର
     ସତେସେ ବିରଳ ନାରୀ ! !

ସାତ ସାଧବକୁ ସାତ ସୁନାବୋହୂ
       ଚନ୍ଦ୍ରମା ବଦନି ରାଣୀ ,
ଲକ୍ଷ୍ମୀର ପ୍ରତିମା କୁଳର ଗାରିମା
        ସଭିଏଁ ମଥାର ମଣି ! !

ଧନ ଜନ ଲକ୍ଷ୍ମୀ ପ୍ରୀତିର ଘରଣୀ
         ଇତିହାସ ମୁକ ସାକ୍ଷୀ ,
ଏଇ ଉତ୍କଳରେ ଅଖଣ୍ଡ ଭାରତେ
        ସାଜିଥିଲା ସୁନା ସଖି ! !

 ବାଣିଜ୍ୟ ବିଭବେ ଶୁଭସେ ମନାସେ
          ଅର୍ଘ୍ୟ ବନ୍ଦାପନା କରି ,
ସାତ ଦରିଆରେ ବୋଇତଯେ ଭାସେ
         ମଙ୍ଗଳ ବିଧାନେ ନାରୀ ! !

ସଧାବର ସୁତ ରତନ ବିଭବ
      ବୋହି ଆଣେ ଧନ ରତ୍ନ ,
ସବୁ ଚମତ୍କାର ସଧାବ ବୋହୂର
       ଭକତିର ମହା ସୁତ୍ର  ! !

କୁଳର ନନ୍ଦିନୀ    ତଅପୋଇ ବାଳୀ
         କରେ ସାଧବାଣି ଗେଲ ,
ସବା ସାନ ବଧୂ ତା ଆଖିର ବିନ୍ଦୁ
       ତୋଳି ଦିଏ ପ୍ରୀତି ଫୁଲ ! !

 ସାଧବ ଫେରିଲେ ସାଧବାଣି ହସେ
           ଜଗତେ ପଡଇ ହୁରି ,
ସୁଖ ସମୃଦ୍ଧିରେ  ରାଇଜଟା ଭାସେ
         କୁଳ ବଧୂ  ସୁନା ଗୋରି ! !

ସରଗର ପରୀ ଆମ ସାଧବାଣି
           ମଥାରେ ପାଟ ଓଢ଼ଣି ,
ନାଲି ଟୁକୁଟୁକୁ ସାଧବ ବୋହୂତୁ
        ସାଜିଚୁ ମହଲେ ରାଣୀ ! !

ସଦାନନ୍ଦ ସାହୁ 
ଧୁ ରୁଷୀଆ,  ଆଠଗଡ, କଟକ 
ମୋ - ୯୭୭୭୩୬୧୧୭୮