ସମୟ ଚକ୍ରରେ ଏଇ ଜୀବନ - ରାହାସ କୁମାର ବେହେରା

0

ବର୍ଷା ହେଲେ ଓଦାହୁଏ ପୃଥିବୀ
ମାଟିଭିଜି ଗଜାଧରେ ବୀଜ
ପୁଣି ଗଜାରୁ ମହାମେରୁ ଦ୍ରୁମ ।

କେତେ ନିରୀହ ଶାନ୍ତଶିକ୍ତ ଆକାଶ
ଲାଲ ସୂର୍ଯ୍ୟ କେତେ ଅଶାନେଇ ନିତି ଜନ୍ମନିଏ
ଧରଣୀ ରାଣୀ ବିମୋହିତ ହୁଏ ଆତ୍ମ ତୃପ୍ତିରେ
ଘରଚଟିଆ ମଜା ଲୁଟେ କିଚିରି ମିଚିରି ଶବ୍ଦରେ
ପକ୍ଷୀମାନେ ସ୍ୱାଗତକରନ୍ତି ଖୁସିର କଳରବେ
କୋଇଲି ଗୀତଗାଏ କୁହୁ କୁହୁ ତାନରେ
କୋଳ ପୁରିଯାଏ ମା' ର
କଅଁଳ ଛୁଆର କୁଆଁ କୁଆଁ କାନ୍ଦରେ ।

ପରିବର୍ତ୍ତନ ଏକ ଚିରାଚରିତ ଧାରା
ଶୁଭେ ଅଜସ୍ର କୋଳାହଳର ଶବ୍ଦ
ନୀଳ ଢେଉ ମାଡ଼ିଆସେ କୂଳଲଙ୍ଘି
ସୃଷ୍ଟିକରେ କାମନାର ଗୋଟେ ଗୋଲାପୀ ବାଲୁକା ସ୍ତୁପ ।

ଲୋଭ ଝସକାଏ
ଖସେ ନିରୀହ ଜମାଟବନ୍ଧା ମାଟିର ଅତଡା
ବାହୁବଳେ କୂଳକୁ ବାରମ୍ବାର କଵଳିତକରେ ,
ମୋହ, ମାୟା ପ୍ରତାରଣାକରି ଅନ୍ୟକୁ
ଲୁଟିବାର ନିଶାନେଇ
କନ୍ଦେଇବାର ରଖେ ପ୍ରଗାଢ ଅଭିପ୍ରାୟ/ଅଭିଲିପ୍ସା ।

ଆଜି ସେରକ ପୂରିଲା ପାପର
ଜନତାର ଅଭିବ୍ୟକ୍ତି ଖାଲି ଛି ଛି
ଦେଖୁଛି ଅନୁଭଵ କରୁଛି
କେମିତି ସରବିଦ୍ଧ ହୁଏ ଅଧର୍ମୀର ବକ୍ଷ
ପ୍ରରିଶୋଧ ନିଏ ସମୟ
ଲୋଟିପଡେ ଭୂମିରେ ପିଶାଚ ।

ଫୁଟିଲା ଫାଟିଲା ମନ
ଚଉଦିଗ ପ୍ରକମ୍ପିତ ଶବ୍ଦର ପ୍ରତି ଧ୍ୱନୀରେ
ଥରିଲା ଛାତିର କୋରଡ, କାନ, ନାକ
ପାପୀର ମୁହଁରେ ପୁଣ୍ୟର ନିଆଁ ହୋମ  ।

ପୁଣି  ଆଉଗୋଟେ ଯୁଗର ଅୟରାମ୍ଭ
ଧରାଵତରଣ କଲେଣି ତାର ଅତୃପ୍ତ ଆତ୍ମା
ହେଲେ ଏଠି ଏକାଏକା ଆତ୍ମା ରାମ
ଏମିତି ଚାଲିଥିବ ସବୁଦିନ
ସତ୍ୟ ଅସତ୍ୟ ର ଶିତଳ ଯୁଦ୍ଧ ।

ରାହାସ କୁମାର ବେହେରା
ଵାଲ୍ୟମ୍ବା, ଭାପୁର, ଢେ଼ଙ୍କାନାଳ -୭୫୯୦୧୫

Post a Comment

0Comments
Post a Comment (0)