ପର - ମାନସ ରଞ୍ଜନ ପଟ୍ଟନାୟକ

0

ଏକାମ୍ରକାନନ ରହିଥିଲା ସାକ୍ଷୀ
ଝୁରିହେଉଥିଲା ଅଦେଖାର ଆଖି
ତଥାପି ନଥିଲା କେହି ସେ ନିଜର
ଭାବର ଆବେଗେ ଲାଗୁଥିଲା ପର (୧)

କେମିତି ଯାଉଛ ନପାଇ ଠିକଣା
ସାଇମନ୍ର କିଛି ଦେଉଛି ପାଉଣା
ଧର୍ଯ୍ୟ ଓ ସାହାସ ମନେ ଆସିଥିଲା
ତା ଅଦୃଶ୍ୟ ରୂପ ମନରେ ନାଚିଲା (୨)

କିଏସେ ରମଣୀ କଣ ପରିଚୟ
ମନମଧ୍ୟେ ଆସୁଅଛି ଭାରି ଭୟ
ମନ୍ଦିର ଯିବାର ଥିଲାଟି ବାହାନା
ଦେଖାହେବ କାଳେ ମନର ମଇନା (୩)

ତରବର ହୋଇ ପ୍ରବେଶ ଦୁଆରେ
ଅପଲକ ଚକ୍ଷୁ ପଡିଲା ସେଠାରେ
ବ୍ୟଘ୍ର ଓ ଦୁଶ୍ଚିଂତା ମନେ ଘାରିଥିଲା
ଢ଼ଳ ଢ଼ଳ ଚାଲିରେ ସେ ଆସୁଥିଲା (୪)

ଅବୁଝା ମନଟି ବୁଝି ହେଉନାହିଁ
ପରିକ୍ରମା ବେଳେ ଦେଉଥିଲି ଚାହିଁ
ପର ହୋଇ ସେହି ଲାଗିଲା ନିଜର
ସାଇପ୍ରସାଦକୁ ଦେଲା ମୋ ହସ୍ତର (୫)

ମନେରଖିନାହିଁ ତାହାରି ରୂପଟି
ଫେରିଥିଲି ସେଠୁ ଆସିଲି ଝଅଟି
ବିଧିର ବିଧାନେ ବସିଲା ମୋ ପାଖେ
ତା ଶରୀର ସ୍ପର୍ଶ ମୋ ଦେହରେ ଲାଖେ (୬)

ମନରେ କାହାର ଭରସା ନଥିଲା
ଏ କି ଆଚମ୍ବିତ ସମୟ ଆସିଲା
ପାଖେ ପାଖେ କିଛି କ୍ଷଣର ଅନ୍ତର
ଲୀଳାଅଟେ ସେହି ଲାଳାମୟଙ୍କର (୭)

ଫେରିଥିଲି ମୁହିଁ ଗୃହ ଅଭିମୁଖେ
ନଥିଲା ତା ଛବି ଆଖିର ସପକ୍ଷେ
ବିରହ ବାରତା ଶୂନ୍ଯରୁ ଆସିଲା
ଚାହୁଁ ଚାହୁଁ ବାଟେ ମେଘ ବରଷିଲା (୮)

ବିନା ସଂକୋଚରେ ହେଲା ପରିଚୟ
କଳାଅନ୍ଧାରର ଦେଖାଯାଏ ଭୟ
ଶରୀରଟା ଅଟେ ଅଢ଼େଇ ଦିନର
କିଏ ଜାଣିଥିଲା ହୋଇଗଲା ପର (୯)

ମାନସ ରଞ୍ଜନ ପଟ୍ଟନାୟକ 
ନିମବସନ୍ତ, ହରିରାଜପୁର, ଜଟଣୀ, ପୁରୀ - ୭୫୨୦୫୦

Post a Comment

0Comments
Post a Comment (0)