ପ୍ରିୟମ୍ବଦା ଜେନା, ଶିକ୍ଷୟତ୍ରୀ
ସୁନ୍ଦରପୂର, ଖୋରଧା

ପୁରାଣ ଯୁଗର ଗୁରୁ ଏବର ଶିକ୍ଷକ
ଅହରହ ତାଙ୍କ ଛାତି ହୁଏ ଦକ ଦକ ॥
ଗୁରୁଥିଲେ ସମାଜର ଅଗ୍ରଗଣ୍ୟ ବ୍ୟକ୍ତି
ଶିକ୍ଷକଙ୍କ ଦୁଃଖ ଏବେ ଅତି ଅସରନ୍ତି ॥
ମଧ୍ୟାନ୍ନ ଭୋଜନେ ଆମ ହୋଇଲେକି ତ୍ରୁଟି
ଭୁଲରେ ପିଲା ଟିକେ କରିଦେଲେ ବାନ୍ତି ॥
ଗୁରୁ ବାକ୍ୟେ ଛାତ୍ର ଛାତ୍ରୀ କରୁଥିଲେ କର୍ମ
ଆକଟ କରିବା ଏବେ ବୃଥା ପରିଶ୍ରମ ॥
ଶିକ୍ଷକଙ୍କ କାମ ପ୍ରତିଦିନର ଖବର
ଟି॰ଭି॰ ସମାଜରେ ସବୁ ହୁଅଇ ପ୍ରଚାର ॥
ପିଲା କଳିଗୋଳ କଲେ ଶିକ୍ଷକଙ୍କ ଦୋଷ
ବିଦ୍ୟାଳୟେ ଥିବାବେଳେ କରୁଥିଲେ କିସ ॥
ଶତଧିକ ଲାଗେ ଏବେ ଶିକ୍ଷକ ଚାକିରି
ଦିନ କଟିଯାଉ ପ୍ରଭୁ ତୁମକୁ ସୁମରି ।।