ମୋ ଗାଆଁ - ସଲିଳ କୁମାର ସ୍ଵାଇଁ

0
ସଲିଳ କୁମାର ସ୍ଵାଇଁ
ମଙ୍ଗଳାଯୋଡି, ଖୋରଧା
ଦୁରଭାଷ - ୯୪୩୭୦୯୦୧୨୪

ଭାରତ ଦେଶେ ପୁଣି ବିଦେଶେ
ପ୍ରସିଦ୍ଧ ଯାର ନାଆଁ
ସେଇତ ମୋର ଜନମମାଟି
ମଙ୍ଗଳାଯୋଡି ଗାଆଁ ॥୦॥

ବିଦେଶାଗତ ପକ୍ଷୀଙ୍କ ପାଇଁ
ଦେଶୀ ବିଦେଶୀ ଆସନ୍ତି ଧାଇଁ
ନଳବଣରେ ପକ୍ଷୀଙ୍କୁ ଦେଖି
ଆଖି ତାଙ୍କର ଯାଏତ ଲାଖି
ବୁଲେଇ ନିଏ ନାହା
ଏଇ ମୋହର ଗାଆଁ ॥୧॥

ମୋ ଗାଆଁର ଦଣ୍ଡଯାତରା
ବହୁ ପୁରୁଣା ରଜର ପାଲା
ଶ୍ରୀଭାଗବତ ଶ୍ରୀରାମଲୀଳା
ଆମ ସଂସ୍କୃତି ଓ ପରମ୍ପରା
ଚାଷ ଚିଲିକା ସାହା
ଏଇ ମୋହର ଗାଆଁ ॥୨॥

ଗ୍ରାମଦେବତା ଶ୍ରୀନୀଳକଣ୍ଠ
ପତିତପାବନ ଶ୍ରୀଗୋପୀନାଥ
ବ୍ରଜବିହାରୀ ଗୁପତେଶ୍ଵର
କୁଞ୍ଜବିହାରୀ ଗାଦି-ଈଶ୍ଵର
ହୁଅନ୍ତି ନିତି ସାହା
ଏଇ ମୋହର ଗାଆଁ ॥୩॥

ମା’ବଳିମାଝୀ ମା’ରାଉଳାଣୀ
ମଝିଆଣୀ ମା’ଦେବୀ-ବ୍ରାହ୍ମଣୀ
ବିମଳେଇ ମଙ୍ଗଳା ରାମଚଣ୍ଡୀ
ମଙ୍ଗଳାଯୋଡି ଗ୍ରାମଦେବତୀ
ମାଆ ଆମର ସାହା
ଏଇ ମୋହର ଗାଆଁ ॥୪॥

Post a Comment

0Comments
Post a Comment (0)