ନୀଳଚକ୍ର ଥିବି ଚାହିଁ - ଘନଶ୍ୟାମ ସାହୁ
ପାଇଛୁ ବୋଲି କି ଦୁଃଖ କଷ୍ଟ ଯେତେ
ନାନା ଅବତାରେ ତୋର
ଦେଇ ପରଖୁଛୁ ସହୁଛି କିପରି
ଯେତେ ଦୁଃଖ ଦୁନିଆଁର
କହ ଜଗତ ନାଥ
ଭାବିଛୁ କି ଆଉ ଛାଡ଼ି ଦେବି ତୋତେ
ଦେଉଛୁ ବୋଲି ତୁ ଅମାପ କଷ୍ଟ ?।୦।
ରାମ ଅବତାରେ ତେଜି ରାଜଭୋଗ
ସଙ୍ଗରେ ଭ୍ରାତା ଭାରିଜା
ଗଲୁ ବନବାସ ଭୋଗି ନାନା କ୍ଳେଶ
ଝୁରିଲେ ସବୁ ପରଜା
ସୀତା ଛଳେ ରାବଣ
ସବଂଶେ ବିନାଶି ଭୂଭାରା ଉଶ୍ୱାସି
ଭାଇ ବିଭୀଷଣେ ଦେଲୁ ଶରଣ ।।୧।
ଜନମି ମଥୁରା କଂସ କାରାଗାରେ
ଗଲୁ ଲୁଚି ଗୋପପୁର
ରାଜପୁତ୍ର ହୋଇ ଚରାଇଲୁ ଗାଈ
ସହିଲୁ ଗ୍ରୀଷ୍ମ କାକର
ମାମୁଁ କଂସ ସହିତ
ସଂହାରି ଅନେକ ଦୈତ୍ୟ ଏ ମହୀରେ
ଲୀଳାମୟ ଲୀଳା କଲୁ ବହୁତ ।।୨।
ପତିତ ତାରଣ ତୁହି ନାରାୟଣ
ଦାରୁବ୍ରହ୍ମ ସ୍ୱରୂପରେ
ଶୀରିକ୍ଷେତ୍ରେ ତୋର ଲୀଳା ଅନୁପମ
ଭଗିନୀ ଭାଇ ସାଥୀରେ
ତୋର ଆଶ୍ରାରେ ରହି
ଧରି ତୋର ନାମ ଯାଉ ଏ ଜୀବନ
ନୀଳଚକ୍ର ଥିବି ଚାହିଁ ।।୩॥
ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ ,ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ, ପିନ୍ କୋଡ --- ୭୫୯୧୨୭
ମୋବାଇଲ ନମ୍ବର --- ୯୪୩୭୬୬୪୫୩୭,