ଆମେ ଚାହୁଁଥିବା ଜିନିଷ
କେବେ ପାଉନାହିଁ ।
ଆମେ ଯାହା ପାଉ
ତାକୁ କେବେହେଲେ
ପାଇବାକୁ ଇଚ୍ଛା କରି ନ ଥାଉ ।
ଆମେ ଭଲ ପାଉଥିବା
ଜିନିଷ କୁ କେବେ ପାଉନାହିଁ ।
ଆମେ ଯାହା ପାଇଥାଉ
ତାକୁ କେବେ ଭଲ ପାଉନାହିଁ ।
ଏତେ ସତ୍ବେ ମଧ୍ୟ ଆମେ ଭଲ ପାଉ ।
ଏହାହିଁ ଜୀବନର ଅନ୍ୟନାମ
ଏହା ସତ୍ୟ ଯେ
ଆମେ ଜାଣି ପାରୁ ନାହିଁ, ତାର ମୁଲ୍ୟ
ଯାହା ଆମ ପାଖେ ଥିଲା
ତାହା ଚାଲି ନ ଯିବା ପର୍ଯ୍ୟନ୍ତ
କିନ୍ତୁ ଏହା ମଧ୍ୟ ସତ୍ୟ ଯେ
ଆମେ ଜାଣି ପାରୁ ନାହିଁ
ଯାହାକୁ ଆମେ ଦୁରେଇ ଦେଇଛୁ
ତାର  ମୁଲ୍ୟ ଆମ ପାଇଁ କଣ ଥିଲା । 

ରମାକାନ୍ତ ମିଶ୍ର
ଭି - ଆଇ - ଏମ – ୨୬୮,  ଶୈଳଶ୍ରୀ   ବିହାର, 
ଭୁବନେଶ୍ୱର – ୭୫୧୦୨୧,  ଭ୍ରାମ୍ୟଭାଷ : ୯୯୩୭୨୬୮୦୧୨