ମାଆର ମମତା ବାପାଙ୍କର ସ୍ନେହ
   ପୁଅଝିଅ ପାଇଁ ଥାଏ,
ଝିଅଟିଏ ଯେବେ ଜନମ ହୁଏଯେ
    ମାଆ ତାର କାନ୍ଦି ଥାଏ  ।

କେତେ ଆଦରରେ ବଢିଥାଏ ଝିଅ
   ପରଘରି ହୋଇଯାଏ,
ଯଉତୁକ ନାମେ ଉପହାରଟିଏ
   ତା ପାଇଁ ଭୟ ଯେ ହୁଏ  ।

ଗାଆଁର କଥାକୁ ମାଆ ଝୁରୁଥାଏ
   ଝିଅକାଳେ ଅସୁରୁଣୀ,
ଜନ୍ମ ହେଉ ହେଉ ବିଦା ହେବ ସିଏ
   ଲାଗେ ଯେପରି କାହାଣୀ  ।

ଯଉତୁକ ପ୍ରଥା ଉଠିଯାଇ ଅଛି
 ସମସ୍ତେ ତ କହିଥାନ୍ତି,
ଝିଅର ବିଦାୟ ସମୟ ଆସିଲେ
   ବାପା,ମାଆ ଝୁରୁଥାନ୍ତି   ।

ଧନୀ ବାପା,ମାଆ ଆନନ୍ଦ ହୁଅନ୍ତି
   ଯଉତୁକ ଆମ ନାହିଁ,
ଯଉତୁକ ନାମେ ଉପହାରଟିଏ
    ଝିଅକୁ ଯେ ଦେଇଥାଇ  ।

ଗରିବଙ୍କ କଥା କିଏ ସେ ପଚାରେ
   ଉପହାର ଉଠିଯାଏ,
ବାପାଟିଏ ତାର ଯଉତୁକ ପାଇଁ
    ଆଖିରୁ ଲୁହ ଗଡାଏ  ।

ମାଆଟିଏ ତାର ଗୁମୁରୁ ଥାଏ ଯେ
   ଝିଅ କାଳେ ବଳିଦେଲା,
ଯଉତୁକ ପରା ଦେଇ ନ ପାରିଲେ
     ପ୍ରାଣ ତା ବନ୍ଧା ପଡିଲା   ।

ଟିଭିଓ ପତ୍ରିକା,ସମାଚାର କଥା
  ମନେତାର ପଡିଯାଏ,
କେତେ ଝିଅପରା ବଳିପଡୁଛନ୍ତି
    ଆଖି ତାର ଦେଖୁଥାଏ  ।

ହେଉଅବା ଧନୀ ହେଉ ସେ ଗରୀବ
    ଝିଅର ସପନ ଏକା,
ଅର୍ଥର ସାମର୍ଥ୍ୟ ନଥାଏ ଯାଠାରେ
    ବନିଯାଏ ସିଏ ବୋକା  ।

ଟଙ୍କାର ସାମର୍ଥ୍ୟ ଯାଠାରେ ରହିଲା
    ଉପହାର ଯାଚିଦେଲା,
ଗାଡିଘୋଡା ଆଉ ଟଙ୍କା ଯାଚିଦେଇ
    ପୁଅଟିକୁ କିଣିନେଲା  ।

ସ୍ୱାର୍ଥ ପଛେ ଆଜି ସଭିଏଁ ଧାବନ୍ତି
    ବିବେକ ଯାଉଛି ହଜି,
ଉପହାର ନାମେ ଯଉତୁକକୁ
    ଧନୀଟି ପାଉଛି ଖୋଜି  ।

ମାଆ କାନ୍ଦିଥାଏ ଝିଅଟିଏ ପାଇଁ
    ଝିଅ ଜନମ ନହେଉ,
ଯଉତୁକପାଇଁ ମୋ ପ୍ରାଣପ୍ରତିମା
      ତା ଜୀବନଟି ନ ଦେଉ  ।

ଝିଅର ଜନମ ଭୟଭୀତ ଆଜି
    କାରଣ ଅଟେ ଯଉତୁକ,
ଅଧମ ମଣିଷ ବୁଝିପାରୁନାହିଁ
    କାହାକୁ ଲାଗେ କଉତୁକ  ।

ଆଖିରେ ସପନ ମନର ଆନନ୍ଦେ
    ଶାଶୁଘର ଯାଇଥାଏ,
ଯଉତୁକ ବ୍ୟାଧି ନିଏ ତା ଜୀବନ
    ମାଆ କୋଳ ଖାଲି ହୁଏ  ।

ମରିଗଲାପରେ ନାରୀ ସଂଗଠନ
   ତା କାମଟି କରିଥାଏ,
ଜୀବନତ ଆଉ ଫେରିଆସେ ନାହିଁ
    ଅକାଳରେ ଝଡିଯାଏ  ।

ବେଳୁହିଁ ଗୋବିନ୍ଦ ସୁମରିଲେ ପରା
    ପ୍ରମାଦଟି ପଡେନାହିଁ,
ବୟସ ଗଡିଲେ ସୁମରିବା ପାଇଁ
    ମନବଳ ରହେ ନାହିଁ  ।

ନବୀନ ଯୁବକ,ମାତୃବୃନ୍ଦଗଣ
    ସ୍ୱର ଉତ୍ତୋଳନ କର,
ଯଉତୁକ ପ୍ରଥା ଉଠାଇ ଦେଶରୁ
   ଝିଅକୁ ଜନମ କର  ।

ପ୍ରତିପତ୍ତି ଅଛି ସବୁ ଭୂଲିଯାଇ
    ଗରିବଙ୍କୁ ସାହା ହୁଅ,
  ଝିଅସଂଖ୍ୟା ପରା ଲୋପ ପାଇଲାଣି
    ସଜାଗ ଟିକିଏ ହୁଅ   ।

ସରୀତା ମହାନ୍ତି, ଶିକ୍ଷୟତ୍ରୀ
ଗ୍ରାମ/ପୋ - ବାଲିଆପାଳ, ଥାନା - ବାଲିଆପାଳ
ଜିଲ୍ଲା - ବାଲେଶ୍ୱର, ପିନ୍ - ୭୫୬୦୨୩
ମୋ - ୮୦୯୩୫୯୦୦୯୬