ଜଳ ବହୁଳ ଏ ସଂସାର ସାଗର
ସାଗର ଜଳ ବହୁଳ
ଜୀବଠାରେ ଜଳ ନିର୍ଜୀବରେ ଜଳ
ସକଳ ସ୍ଥାନରେ ଜଳ
ଜଳରୁ ଜାତ ସକଳ।।
ଲତାବୃକ୍ଷେ ଜଳ ପଶୁ ଖଗେ ଜଳ
ସର୍ବ ସ୍ଥଳେ ଥାଏ ଜଳ
ସ୍ବର୍ଗେ ବିରାଜିତ ମତ୍ତ୍ୟେ ବିରାଜିତ
ପାତାଳରେ ବିରାଜିତ
ଜଳରୁ ସଭିଏଁ ଜାତ।।
ସରିତ ସାଗର ପର୍ବତ ଗଗନ
ଘନମାଳେ ଥାଏଜଳ
ସର୍ବଘଟେ ଥାଇ ବିରାଜିତ ଭବେ
ଜଳବିନୁ ସର୍ବେ କାଳ
ଜଳରୁ ଜାତ ସକଳ।।
ଜୟସେନ ପ୍ରଧାନ
ମାଳତେନ୍ତୁଳିଆ, ପୋଲସରା, ଗଞ୍ଜାମ
0 Comments
You can write now your valuable comments here. Off-topic comments may be removed or deleted without prior notice.