
ମାଆ ବିଶ୍ଵେଶ୍ଵରୀ ଭୁବନ ମୋହିନୀ ,
ଜଗଦମ୍ବା ମହାମାୟା ।
ପ୍ରଜ୍ଞା ଜ୍ଞାନେଶ୍ଵରୀ ତ୍ରିପୁରା ନନ୍ଦିନୀ ,
ଆଦିଶକ୍ତି ପୁଣ୍ୟତୋୟା ।।୧॥
ମହାକାଳେଶ୍ଵରୀ ଦୈତ୍ୟ ବିନାଶିନୀ ,
ବ୍ରହ୍ମାଣୀ ରୁଦ୍ର।ଣୀ ସତୀ ।
ମହାଯୋଗେଶ୍ଵରୀ ସୋୟଂ କାତାୟନୀ ,
ସୃଷ୍ଟି ସଂଚାରିଣୀ ଜ୍ୟୋତି ।।୨॥
ସୌଭାଗ୍ୟକାରିଣୀ ଦିବ୍ୟ ଆବାହନୀ ,
ମଙ୍ଗଳ ଧାରିଣୀ ଛାୟା ।
ବିଦ୍ୟା ସ୍ଵରୂପିଣୀ ସଂଯୋଗେ ଯୋଗିନୀ ,
ମହାଦେବୀ ମହାକାୟା ।।୩॥
ଅଜ୍ଞାନ ହାରିଣୀ ରଶ୍ମୀ ପ୍ରଦାୟନୀ ,
ସର୍ବମାନ୍ୟେ ଅବସ୍ଥିତି ।
ହେ ବ୍ରହ୍ମଚାରିଣୀ ଆତ୍ମପ୍ରକାଶିନୀ ,
ମହାଦୁର୍ଗା ମାହେସ୍ମତି ।।୪॥
ପୂଣ୍ୟନିର୍ଝରିଣୀ ଜଗତ ଜନନୀ ,
କଳ୍ପକଳା ପୁଷ୍ପେ ଦୟା ।
ଏ ଅଧମ ଋଣୀ ସମୟ ସହିତ ,
ଲିପିଶାଳେ ସୁନିର୍ଭୟା ।।୫॥
ଅଖଣ୍ଡ ମଣ୍ଡଳେ ହେ ସିଂହବାହିନୀ ,
କୋଟିସୂର୍ଯ୍ୟ ଆଭାସ୍ମତି ।
ଏ ଛାର ଭୁବନେ ଅବୋଧ ଅଜ୍ଞାନୀ ,
ଲେଖନୀ ପଦ୍ମରୁ ସ୍ତୁତି ।।୬॥
ଶ୍ରୀମତୀ ଜ୍ୟୋତ୍ସ୍ନା ପୃଷ୍ଟି,
ସୌଭାଗ୍ୟ ନଗର, ଭୁବନେଶ୍ଵର
