ବିଶ୍ଵ ଜନନୀ - ଘନଶ୍ୟାମ ସାହୁ

0

ଜୟ ଜୟ କାତ୍ୟାୟନୀ ସଙ୍କଟନାଶିନୀ
ଦୁରିତ ନାଶିନୀ ଦୁର୍ଗା ଅଭୟଦାୟିନୀ
ସିଂହ ବାହିନୀ ମାଗୋ ମହିଷାମର୍ଦ୍ଦିନୀ।।୦।
କଟକେ ତୁ ଚଣ୍ଡୀ ଚିଲିକାରେ  କାଳିଜାଈ
ସମ୍ବଲପୁରରେ ପୂଜା ପାଉ ସମଲାଈ
ବାଣପୁରେ ଭଗବତୀ ବୋଲାଉ ଜନନୀ ।।୧।
ବଡ଼ମ୍ବାରେ ଭଟ୍ଟାରିକା ବାଙ୍କୀରେ ଚର୍ଚ୍ଚିକା
ପୁରୀରେ ବିମଳା ବାରିପଦାରେ ଅମ୍ବିକା
ଯାଜପୁରେ ବିରଜା ମା ଜୟ ତୁ ଭବାନୀ । ।୨।
ଭୁବନେଶ୍ୱରେ ରହି ମା ବୋଲାଉ ଗଉରୀ
ଆଠମଲ୍ଲିକେ ପୂଜିତା ନାମ ମାହେଶ୍ୱରୀ
କେନ୍ଦୁଝର ଅଧିଷ୍ଠାତ୍ରୀ ତୁହି ମା ତାରିଣୀ ।।୩।
କୋଣାରକେ ରାମଚଣ୍ଡୀ ଝଙ୍କଡେ ଶାରଳା
ଭଦ୍ରକେ ତୁ କାଳୀ ତାଳଚେରରେ ହିଙ୍ଗୁଳା
ନାନା ସ୍ଥାନେ ନାନା ନାମେ ପୂଜିତା ଶିବାନୀ ।।୪।
ଦୁଷ୍ଟ ଆସୁରି ଶକତି ବଢ଼େ  ବେଳୁ ବେଳ
ତ୍ରାହି ମାଂ ଡାକି ଭକତ ହୁଅଇ ବିକଳ
ରକ୍ଷା କର ଏ ଧରାକୁ ହେ  ବିଶ୍ଵ- ଜନନୀ ।।୫।

ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ ,ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର --- ୯୪୩୭୬୬୪୫୩୭,
ପିନ୍ କୋଡ ---- ୭୫୯୧୨୭ 

Post a Comment

0Comments
Post a Comment (0)