ଥରେ ଗୋଡ଼ ଖସିଗଲା ପରେ ଆଉ ବାଟ ଘାଟ ନଦିଶିବ
ସମର୍ପଣ ଭାବ କିଏ ଫେରାଇବ
କାହା ପାଦତଳେ ଗୁହାରି କରିବ
ଦେଖୁ ଦେଖୁ ଏଇ ସଂସାର ଟା ପରା ଏକା ଏକା ଲାଗୁଥିବ ।।
ମାଟି ମାଠିଆ ଏ ଚରିତ୍ର ପଞ୍ଜିକା ଭାଙ୍ଗିଲେ ଖପରା ହେବ
ଅଲୋଡା ଅଦେଖା ଅମୁହାଁ ଦେଉଳ
ବିନା ଦେବତା ରେ କିଏ ବା ପୁଜିବ
ହାତ ବଢାଇବୁ କଚଡା ଖାଇବୁ ହାତ ଆଉ ନପାଇଵ ।।
ପୋଡିଲା ବ୍ୟଞ୍ଜନେ ସୁଆଦ କି ଥାଏ ଆଦର କିଏ କରିବ
ବୁଡିଗଲା ଗୋଡ଼ ତଳକୁ ତଳକୁ
ବୁଦ୍ଧି ହଜିଜିବ ପଛକୁ ପଛକୁ
କେଉଁପଥେ କଣ୍ଟା କେଉଁପଥେ ଫୁଲ ଥରେବସି ମନେଭାବ ।।
ଖର୍ବହୋଇ କିଆଁ ଜହ୍ନ ଧରିବା ଆଶା ପୋଷଣ କରିବ
ଲୋକହସା କଥା କେତେ ବା ସହିବ
ଆଶା ନଦୀ ତୀରେ ମନ ହଜିଯିବ
ବୃଥା ସପନରେ ରାତି ରାତି ଖାଲି ଆଉଟୁ ପାଉଟୁ ହେବ ।।
ଏମିତି ସଂସାର ଅବିଶ୍ବାସ ଘର ଘର ନୁହେଁ କାରାଗାର
ତାହାଠାରୁ ହୀନ ଜଙ୍ଗଲ ସମାନ
ସ୍ବାପଦ ସଂକୁଳ ବିପଦେ ଜୀବନ
ସ୍ୱାର୍ଥପର ଏ ସମାଜେ ଖୋଜିଲେ କାହାକୁ କହିବୁ ନିଜର ।।
ସ୍ନେହ,ପ୍ରେମ,ପ୍ରିତୀ ଶଦ୍ଦକୋଷରେ ବନ୍ଧା ପଡ଼ିଅଛି ଆଜି
ହିଂସା, ପ୍ରତିହିଂସା, କ୍ରୋଧ ର ନିଆଁ ରେ
ଜଳଇ ଧରଣୀ ହୁତାଶନ ଭରେ
କାମନା,ବାସନା ପ୍ରଚଣ୍ଡ ପବନେ ଜାଳଇ ଦେଖରେ ପାଜି ।।
ନାହଁ ନାହିଁ ଆଉ ପରିତ୍ରାଣ ତେଣୁ ନିଜକୁ ସମ୍ଭାଳି ରଖ
ରକ୍ତ, ମାଂସ ଖିଆ ଚରିତ୍ର ସମାଜେ
ବୁଲନ୍ତି, ସମୟ ସୁଯୋଗ ସେ ଖୋଜେ
କହଇ ପ୍ରଫୁଲ୍ଲ ସାବଧାନ ସାଥି ବନ୍ଧା ନପକା ତୋ ବିବେକ ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.