ଅନ୍ତହୀନ କାହାଣୀ - ସିଦ୍ଧେଶ୍ଵର ତ୍ରିପାଠୀ
ଫିକା ମନ ଫେରାର ଫଗୁଣ
ଭଙ୍ଗା ସ୍ୱପ୍ନ ଶୁଖିଲା ଶ୍ରାବଣ
ଉଆଁସର ଆକାଶରେ
ମାଳ ମାଳ ତାରା ଗଣ
ହେଲେ କିନ୍ତୁ ସେ ଜହ୍ନ ଉଭାନ
ଫିକା ମନ ଫେରାର ଫଗୁଣ ----
ଆଖି କୋଣେ ଅସରନ୍ତି ଲୁହ
କେତେ ଲାଜ କେତେ ପୁଣି ଭୟ
ଅସହାୟ ଜୀବନଟା
କେତେ ଅନ୍ତରଦାହ ଛିଟା
ଏ ଦେହରେ ଅଜଣା ଦହନ
ଫିକା ମନ ଫେରାର ଫଗୁଣ ------
ଅନ୍ତ ହିନ ଏ ଯେଉଁ କାହାଣୀ
ଦିନ ସରେ ଭୁଲିବି ହୁଏନି
କହିବାର ସହିବାର କଥା
ପାଖ ଛାଡି କେବେବି ଯାଏନି
ମଉଳେନି ପ୍ରୀତି ମଧୁବନ
ଫିକା ମନ ଫେରାର ଫଗୁଣ ------
ଜଳୁଥିବ ଏ ସ୍ମୁତି ସଳିତା
ରହିଥିବ କାଳ କାଳ କଥା
ଦୁନିଆର କୋଟିଏ ପ୍ରଶ୍ନର
ଅଜଣାସେ ଗୋଟିଏ ଉତ୍ତର
ଲୁଚିଯିବ ଆସିଲେ ମରଣ
ଫିକା ମନ ଫେରାର ଫଗୁଣ
ଭଙ୍ଗା ସ୍ବପ୍ନ ଶୁଖିଲା ଶ୍ରାବଣ --------
ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା