ନଃମ ଗଣେଶ

0
ଗଣେଶ ପୂଜା ଆସିଛି ଆଜି ବୋଉଲୋ ମୋ ପାଇଁ ହାଟରୁ
ନଡ଼ିଆ ଟିଏ ଆଣିବୁ କିଣି ।।
ନଃମ ଗଣେଶ ଗିରିଜା ନନ୍ଦନ ପ୍ରଭୁ ଗାଇବୁରେ ଆମେ
ବାବାର ମନକୁ ନବୁ ଜିଣି ।।
ମୋ ସୁନା ଭୋଉଣୀ ସକାଳୁ ଉଠି ଗଛରୁ ଆଣିଛି ତୋଳି
ଫୁଲ ବେଲପତ୍ର ଦୁବ କୋଳି ।।
ନେଇ ଯିବୁ ଗଣେଶ ବାବାର ପାଖକୁ କରିବୁ ଅର୍ପଣ
ହାତେ ଧରି ଦେବୁ ପୁଷ୍ପାଞ୍ଜଳି ।।
ବାବା ଆମର ଆଦ୍ୟ ପୂଜ୍ୟ ଦେବ ଜ୍ଞାନ
ଲଡୁ ଖିଆ ବାବା ଲମ୍ବୋଦର ।।
ମୂଷିକ ବାହାନ ତୁମେ ଗଜାନନ ପ୍ରଭୁ ଗୌରୀ ନନ୍ଦନ
କର ଯୋଡି ନମସ୍କାର ।।

Post a Comment

0Comments
Post a Comment (0)