ଶେଷ ପ୍ରାୟଶ୍ଚିତ - ପ୍ରଶାନ୍ତ କୁମାର ସାହୁ

0
ଶତ ଢ଼େଉ ଛୁଇଁଗଲେ ନୀରବରେ
ଭାବିଥିଲି ଦେବେ କିଛି ବାର୍ତ୍ତା
ତୁମ ବିବଶତାର ନିରୀହତା
ଆଉ ତୁମ ଆଖିର ସଂନ୍ତାରି ମୁଦ୍ରତା,
ସେମାନି କି ଫେରିଥିଲେ ଅଭିସାରରୁ...
ଲୋଟିଗଲେ ସମର୍ପିତ ମୁଦ୍ରାରେ !

ପବନ ବି ଆସିଥିଲା
ମନ୍ଦମନ୍ଦ ବାସୁଥିଲା
କା' ଦେହର ବାସ୍ନା ଆଣି
ହଠାତ୍ କେଜାଣି କାହିଁକି
ତା' ସୁସୁରୀ ଥମିଗଲା...!

ସୂରୁଯ ବି ଅସ୍ତାଚଳେ
ଦିବସର ଅନ୍ତିମ ଚମକ ନେଇ
କାହାର ଚିନ୍ତାରେ
ରକ୍ତିମ ଦିଶୁଥିଲେ,
ସେ ବି କ'ଣ ପ୍ରକୃତିର
ସେଇ ନିୟମ ଭଙ୍ଗା
ରାଇଜକୁ ଚାଲିଗଲେ ...!

ଶୁଣିଲି...
ଚକୋରୀର ବିଳାପ...
ମୋ ଆଖି ଦୁଇଟା ବି
ଓଜନିଆ ହୋଇଗଲେ,
ସବୁକିଛି ଦୂର ଦିଗ୍ ବଳୟ
ପରି ଦିଶୁଥିଲା...
ଶବ୍ଦ ବିରତ
ନିର୍ମୋହା ମନଟି ବୁଝିଗଲା !
ଡ଼ିମିରି ଫୁଲର ଏକାନ୍ତ...
ମୋ ଶେଷ ପ୍ରାୟଶ୍ଚିତ...!!!


ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ଼, ଖୋର୍ଦ୍ଧା

Post a Comment

0Comments
Post a Comment (0)