ଆହେ ପ୍ରଭୁ ଗୁରୁଦେବ ଶ୍ରୀଗୁରୁଗୋସାଇଁ
ଦୟାକରିଥିବ ମୋତେ ପ୍ରଭୁ ଭାବଗ୍ରାହୀ
କରୁଣାସାଗର ତୁମେ ନାମ କୃପାନିଧି
ଦୟାମୟ ହେ ଠାକୁର କରୁଣାବାରିଧୀ
ତୁମ କୃପାବଳ ଥିଲେ ଚାଲିବି ମୁଁ ବାଟ
ଅଶେଷ ଶକ୍ତି ଦିଅହେ ପ୍ରଭୁ ଜଗନ୍ନାଥ
ମୁଁ ମୂରୁଖ ଅରକ୍ଷିତ ଜାଣେନାହିଁ କିଛି
କିପରି ଡାକିବି ପ୍ରଭୁ ଦିଅନ୍ତୁ ଶକତି
ଆହେ ପ୍ରଭୁ ଅର୍ନ୍ତଯାମୀ ଦୟାର ସାଗର
ମୁଁ ପାପୀ ଅଧମଜନ କରହେ ଉଦ୍ଧାର
ତୁମେ ଅଟ ଦୀନନାଥ ହେ ବିଶ୍ବବିହାରୀ
ବିପଦସଙ୍କଟୁ ମୋତେ କରିଦିଅ ପାରି
ମାଗେନାହିଁ ଧନଜନ ମାଗୁନାହିଁ କିଛି
ଦୟାକରିଥିବେ ମୋତେ ହେ ବ୍ରହ୍ମାଣ୍ଡପତି
ତୁମ କରୁଣାରୁ ଯେବେ ପାଇଯିବି ଶକ୍ତି
ଏ ପାପ ଜନ୍ମରୁ ମୋତେ ମିଳିଯିବ ମୁକ୍ତି
ମାନସ ରଞ୍ଜନ ପଟ୍ଟନାୟକ, ଗୋପବଂଧୁ ନଗର, ସାକ୍ଷିଗୋପାଳ, ପୁରୀ
ଶ୍ରୀ ଗୁରୁଦେବଙ୍କ ବନ୍ଦନା - ମାନସ ରଞ୍ଜନ ପଟ୍ଟନାୟକ
September 05, 2018
0
