ଜୟ ମାଗୋ ସମଲେଇ ବିପଦ ଭଞ୍ଜିନୀ
ସାହା ହେଇ ଥିବୁ ମାଗୋ ଅଭୟ ଦାୟିନୀ ।।୦।
ଗହଗହ ମହମହ ଭକତର୍ ଗହଲି
ଆସିଛୁ ମା ତୋର୍ ପାଶେ ଗୋ ଧରି ଭୁଗ୍ ଥାଲି
ଆଜି ଆମର୍ ନୂଆ ଖାଇ
ସାଙ୍ଗ୍ ସରସା ବହେନ୍ ଭାଇ
କରୁଛୁ ତୋତେ ଦୟିନୀ ।।୧।
ବାଜୁଛେ ମାଦଲ୍ ତାସା ବାଜୁଛେ ମହୁରୀ
ଚାଲ୍ ସଜନୀ ନାଚ୍ ମା ଆମେ ହେଇ ଯୁଡା ଯୁଡି
ଗୀତ୍ ଗାଇ ଦୁଃଖ୍ ଜନାମା
ନାଚି ମାଆକେ ଖୁସି କରାମା
ଭକ୍ତିର୍ ଭାବ୍ କେ ଘିନି ।।୨।
ନାଇଁ ଜାନି ତୋର୍ ପୂଜାର୍ ବିଧାନ୍ ନାଇଁ ମନ୍ତର୍ ଜ୍ଞାନ୍
ତୋର୍ ନିଜର୍ ଛୁଆ ଆମେ ରଖ୍ ବୁ ଆମର୍ ମାନ୍
ବନେ ଆମ୍ କେ ରଖିଥିବୁ
ସୁଖ୍ ଦୁଃଖ୍ ସାଥେ ଥିବୁ
ଦେବୁ ଫଲ୍ ମନ୍ ଜାନି ।।୩।
ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ ,ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ ,ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର -- ୯୪୩୭୬୬୪୫୩୭,
ପିନ୍ କୋଡ --- ୭୫୯୧୨୭
