ଅଣୁଗଳ୍ପ - ମାଓବାଦ - ଏ. ପି. ଶୁଭକାନ୍ତ

0

ଆଜି ସକାଳୁ ଖବରକାଗଜ ରେ ଆଖି ବୁଲାଇବାବେଳକୁ ନିଜ ଆଖି କୁ ବିଶ୍ବାସ କରିପାରୁନଥିଲା ଚନ୍ଦନ । ପୁଲିସ ପାଖେ ଆତ୍ମସମର୍ପଣ କରିଥିବା ମାଓବାଦୀ ଙ୍କ ମଧ୍ୟରେ ତାର ସାଙ୍ଗ ରାଜେଶ କୁ ଦେଖି, ରାଜେଶ ଆଉ ଚନ୍ଦନ ଏକା ସାଙ୍ଗରେ ଭୁବନେଶ୍ବର ରେ ଇଞ୍ଜିନିୟରିଂ କରୁଥିଲେ । ରାଜେଶ ସେମାନଙ୍କ ମଧ୍ୟରେ ସବୁଠୁ ଶାନ୍ତ ପିଲା ଥିଲା । ତା ପରିବାର ଏତେ ସ୍ବଚ୍ଛଳ ନୁହେଁ । ପଢା ସାରିବା ପରେ ୫ବର୍ଷ ହେଲାଣି ଉଭୟେ ଉଭୟଙ୍କ ଠାରୁ ଦୂରରେ । ଚନ୍ଦନ ବାହାରିଲା ରାଜେଶ କୁ ଦେଖାକରିବାକୁ ତାର ଘରକୁ । ଯେତେବେଳେ ସେଠି ପହଞ୍ଚି ରାଜେଶ କୁ ଏ ସବୁ ବିଷୟରେ ପଚାରିଲା, ରାଜେଶ ଉତ୍ତରଦେଲା "ଆରେ ପାଠ ପଢିସାରି ଚାକିରୀ ନାହିଁ, ବେରୋଜଗାର ହେଇ ରହିବା ଅପେକ୍ଷା ମାଓବାଦୀ ହେବା ଶ୍ରେୟସ୍କର । ଯଦି ବି କୌଣସି ଘରୋଇ ସଂସ୍ଥାରେ ଚାକିରୀ କଲ ଚାକିରୀର ସ୍ଥାୟିତ୍ଵ ନାହିଁ କିନ୍ତୁ ମାଓବାଦୀ ଆତ୍ମସମର୍ପଣ କଲେ ଆର୍ଥିକ ସହାୟତା ମିଳିବା ସହ ସମାଜର ମୁଖ୍ୟସ୍ରୋତ ରେ ସାମିଲ ହେବାପାଇଁ ୩ବର୍ଷ ଜୈନ ମାସିକ ଅନୁକମ୍ପା ତଥା ସ୍ଥଳବିଶେଷରେ ନିଯୁକ୍ତି ପ୍ରଦାନ କରାଯାଉଛି । ଚନ୍ଦନ ବୁଝିପାରୁନଥିଲା ରାଜେଶ ର ଉତ୍ତର ଶୁଣି କି ଜବାବ ଦେବ । ମାଓବାଦ କୁ ବାଛି ସେ ଭୁଲ କରିଛି ବୋଲି ଜଣାଇବ ନା ସେ ଠିକ କରିଛି ବୋଲି ତାକୁ ସାବାସୀ ଦେବ !




A P Subhakanta
Haripur, Khadianga, Jajpur - 755049

Post a Comment

0Comments
Post a Comment (0)