ତୁମେ ପାପୀ ନୁହଁ - ନରେଶ କୁମାର ବେହେରା

0

ଘୂରିବୁଲୁଛନ୍ତି ତୁମ ଚାରିଆଡ଼େ
ପେଟର ଭୋକିଲା
ଭଣ୍ଡ ତିଳକଧାରୀ ପଣ୍ଡିତଗଣ
କରି ତୁମକୁ
ପାପୀ
ବିଶ୍ଵାସ ଅବିଶ୍ଵାସର
ହିସାବ ଦେଖାଇ
ଲୁଟିନିଅନ୍ତି ସବୁକିଛି
ତୁମେ କିନ୍ତୁ, ଚୁପ୍!
କାହିଁ ଜାଣ?
ଏ ପରା ମାୟାର ସଂସାର
ତୁମର ପ୍ରତୀଟି କର୍ମରେ
ବିବାଦରେ
ହୁଏ ତାଙ୍କର ପେଟଓଦା
କରି ତୁମ ପାଇଁ ପ୍ରାର୍ଥନା ।

ତୁମର ପିଣ୍ଡଦାନ
ପୂର୍ବଜଙ୍କୁ
ସବୁ ମୂଲ୍ୟହୀନ, ବକବାସ୍
ଏ ପରା ବନ୍ଦୋବସ୍ତ
ରୋଟି ଆଉ ମଖନ ତାଙ୍କପାଇଁ
ଯଦି ଅଷ୍ଟବକ୍ର ସତ୍ୟ
ତେବେ ତୁମ ଆତ୍ମାର ଶୁଦ୍ଧିର
ଆବଶ୍ୟକତା ହିଁ ନାହିଁ
ଦୁନିଆରେ ଏମିତି କିଛି ବି ନାହିଁ
ଯାହା ପାପ ଅଟେ, ତେଣୁ
ତୁମେ ପାପୀ ନୁହଁ...
ତୁମେ ପାପୀ ନୁହଁ ॥

Post a Comment

0Comments
Post a Comment (0)