ନିଃସ୍ବାର୍ଥ ଘୃତକୁ ଢାଳି - ସନ୍ତୋଷ ପଟ୍ଟନାୟକ

0
କ୍ଳାନ୍ତ ଅବଶେ ଅଧିର ହେଇ
ଫେରିଲେ ବିହଙ୍ଗ ସକଳେ
ନିଡ ଶାବକେ ଆସି ଝଟକେ
ଆଉଜିଲେ ମାଆକୋଳେ.....

ନିଃସ୍ୱାର୍ଥ ଘୃତକୁ ଢାଳି....
ସିନ୍ଧୁଜେମା ପ୍ରାଣ ଆଳତୀ ଘେନିଲେ
ବସି ରତ୍ନ ସିଂହାସନେ
ହାତେ ସଞ୍ଜ ଧରି ହରଷେ ଉତ୍କଳୀ
ଶୁଭ ମନାସଇ ମନେ.....

ଦେବାଳୟୁ ଶୁଭେ ଓଁ-କାର ଶବଦ
ଭକ୍ତିରେ ମଜ୍ଜଇ ମନ
ସୁରୁଜ ଶୋଇଲେ ରାତି ବିଛଣାରେ
ଉଇଁଲା ଆକାଶେ ଜହ୍ନ....

ସର୍ବଜନ ହିତ ଚିନ୍ତି ମନେ ଶଶୀ
ରୋଷଣୀ ଦେଲେଣି ଢାଳି
ଆସହେବା ସର୍ବେ ଦିଘଡି ଦୀପାଳି
ନିଃସ୍ୱାର୍ଥ ଘୃତକୁ ଢାଳି,
ହିଂସା-ଦ୍ବେଷ ଦେବା ଜାଳି....



ସନ୍ତୋଷ ପଟ୍ଟନାୟକ, ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ

Post a Comment

0Comments
Post a Comment (0)