ଦେଖାହେବ ଆରବରଷ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ଆଜି ପବିତ୍ର ଲଗନେ ପୂଣ୍ୟ ରତ୍ନ ସିଂହାସନେ
ବିରାଜ କରିବହେ ନାଥ
ଛାଡି ତୁମେ ଶ୍ରୀମନ୍ଦିର ରଥଯାତ୍ରା କରିଗଲ
ରଚିଲ ନବଦିନ ଯାତ
ହେ ନୀଳାଦ୍ରିଶ
ବିଚିତ୍ର ତବ ଲୀଳା ବିଚିତ୍ର କର୍ମା ପରା
ନାମ ବହିଛ ଜଗନ୍ନାଥ ।।

ତୁମେ ତ ଲୀଳାମୟ ତୁମେ ଅକ୍ଷୟ ଅବ୍ୟୟ
ନାହିଁ ତୁମର ଜାତି ଗୋତ୍ର
ତୁମେ ପରମ ପୁରୁଷ ଦେବାଧିଦେବ ଈଶ
ବ୍ରହ୍ମାଣ୍ଡ ନାଥ ହେ ଅଚ୍ୟୁତ
ହେ ନୀଳାଦ୍ରିଶ
ତବ ଦରଶନ କରି ମାୟା ସଂସାର ରୁ ପାରି
ହେବି ରଖିଛି ଅଭିଳାଷ ।।

ବଡ଼ଦାଣ୍ଡ ରୁ ଆଜି ନନ୍ଦିଘୋଷ ବରଜି
ଯିବ ହେ ପ୍ରଭୁ ହୃଷିକେଶ
ବିକଳେ ଆରତୀ ଜନ ଗୁହାରି କରନ୍ତି ଶୁଣ
ହରଣ କର ଦୁଃଖ କ୍ଳେଶ
ହେ ନୀଳାଦ୍ରିଶ
ପ୍ରଫୁଲ୍ଲ ତୋର ଦାସ ପଦ ପଙ୍କଜେ ଆଶ
(ଜୀବଥିଲେ) ଦେଖାହେବ ଆରବରଷ ।।

Post a Comment

0Comments
Post a Comment (0)