ହୁଅନାହିଁ ସ୍ୱାର୍ଥପର - ମିଥୁନ ସାହୁ

0
ତୁମପରି ମଧ୍ୟ ଅଛି ମୋ ଜୀବନ
ନୁହେଁ ନିର୍ଜୀବ ପଦାର୍ଥ,
ଆଗପଛ କିଛି ବିଚାର ନ କରି
ଦେଖା କାହିଁ ନିଜ ସ୍ୱାର୍ଥ,,
ଭୁଲିଯାଅନାହିଁ ମୋ ପାଇଁ ସଭିଏଁ
ପାଇଅଛ ଅମ୍ଳଜାନ,
ମୋହରି ଅଙ୍ଗକୁ କାଟିଦେଇ ସର୍ବେ
କାହିଁହୁଅ ହୀନିମାନ,,
ନିଯେ ମୁଁ ଜାଣିଛି କେତେ କଷ୍ଟ ପାଇ
କରେ ତୁମ ଉପକାର,
ସବୁ ଉପକାର ଭୁଲିଯାଇ ସତେ
ହୁଅନାହିଁ ସ୍ୱାର୍ଥପର,,


ମିଥୁନ୍ ସାହୁ
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)