ମନ - ମାଳତୀ ଧଳ

0
ପ୍ରେମ ଏକ ସ୍ୱଛ ସାନିଧ୍ୟ
ସେ କେବେ ହେଲେ ହେଉନି ଅନ୍ତ,
ପ୍ରେମରୁ ସୃଷ୍ଟି ସାରା ବ୍ରହ୍ମାଣ୍ଡ
ସେଥିରୁ ଆମେ ଗୋଟିଏ ଅଂଶ।
ପ୍ରେମରେ ବନ୍ଧା ମନ ଆମର
ପ୍ରେମ ପାଇଁ ସ୍ୱପ୍ନ ହୁଏ ସାକାର।
ପ୍ରେମକୁ ଆଦରି ଚାଲରେ ଭାଇ
ପର ଦିନେ ଯିବ ଆପଣା ହୋଇ।
ପ୍ରେମ କଲେ ଭାଇ କେବେ ଲୁଚେନା,
ପ୍ରେମ ହୃଦୟରୁ କେବେ ସରେନା।
ପ୍ରେମରୁ ଆତ୍ମା ପାଏରେ ତୃପ୍ତି,
ପ୍ରେମ କରିଚାଲ ଜୀବନେ ନିତି।
ଗଡି ଚାଲୁଅଛି ଜୀବନ ରଥ,
ପ୍ରେମ ଥିଲେ ଜାଣି ହୁଏନା ପଥ।
ଚିନ୍ତନେ ଲିଖନେ ପ୍ରେମର ଭାବ,
କପଟ ହୋଇବ ଦିନେ ଅଭାବ।
ସଂସାର ସଡ଼କ ପ୍ରେମର ପଥ,
ଧର୍ମକୁ ଆଦରି ଚାଲରେ ବାଟ।


ଶ୍ରୀମତି ମାଳତୀ ଧଳ
ବରଡିହ, ଉଦଳା, ମୟୂରଭଞ୍ଜ

Post a Comment

0Comments
Post a Comment (0)