ରାଗ—ସିନ୍ଧୁକାମୋଦି, ତାଳ—ଖେମଟା
ନାଥ ତୁମ ବିନା
ତୁମ ବିନା ନାହିଁ ଅନ୍ୟଗତି ହେ ,ଯଦୁପତି
ନାଥ ତୁମ ବିନା…।।
ଅଚଳ ଦାରୂ ମୂରତି ଦେଖିଲେ ହରଇ ଧୃତି
ଛନ୍ଦାପଦେ ରହୁ ମତୀ , ଏତିକି ମିନତି ହେ ,
ନାଥ ତୁମ ବିନା…।।
ନାଟୁଆ ନଟ ନାଗର ଚକ୍ରଧାରି ରମାବର
ମୁକ କିମ୍ପାଇଁ ଈଶ୍ବର , ହେଲାଣି ଅନୀତି ହେ,
ନାଥ ତୁମ ବିନା…।।
ପାପୀ ହୋଇଲେ ପ୍ରବଳ ଅପକର୍ମେ ସର୍ବେ ଭୋଳ
ହିଂସା ଦ୍ୱେଷ ଅହଂକାର , ଆଣଇ ବିପତ୍ତି ହେ,
ନାଥ ତୁମ ବିନା…।।
କରନ୍ତି କେଡେ ସାହାସ ଈଶ୍ୱରଙ୍କୁ ଅବିଶ୍ବାସ
ଭକତ ବିଶ୍ୱାସେ ବିଷ , ମତଙ୍ଗେ ଲେପନ୍ତି ହେ,
ନାଥ ତୁମ ବିନା…।।
ଅହଂକାରୀ ଅହଂକାର ପାପୀ ଙ୍କୁ କରି ସଂହାର
କ୍ଷୀତିକୁ ରଖ ଏଥର , ବଢଇ ଦୁର୍ଗତି ହେ,
ନାଥ ତୁମ ବିନା…।।
ଡାକଇ ପ୍ରଫୁଲ୍ଲ , ଧର୍ମ ରକ୍ଷା ଅର୍ଥେ ଭଗବାନ
ନେବ କି ପୁଣି ଜନମ , କରିବ ମୁକତି ହେ,
ନାଥ ତୁମ ବିନା…।।
ଈଶ୍ୱରଙ୍କୁ ଅବିଶ୍ଵାସ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
August 06, 2018
0
