ମାଆର ମମତା ଅମୂଲ୍ୟ ମୁକୁତା
ତାର ସମ କିଛି ନାହିଁ
ଜୀବନରେ ଖୁସି ଭରିଯାଏ ପରା
ସେହି ମମତାକୁ ପାଇ ।
ନିଜ ପଣତରେ ଢାଙ୍କି ରଖିଥାଏ
ଆସୁ ଯେତେ ଝଡ ଝଂଜା
ସୁଖ ଶାନ୍ତି ଯେତେ ଜୀବନେ ଆମର
ତାପାଇଁ ହୁଅଇ ଖଞ୍ଜା ।
ଆମରି ଖୁସିରେ ଖୁସିଯେ ତାହାର
ନିଜ କଥା ଭାବେ ନାହିଁ
ମାଆ ଠାରୁ ବଡ ଏହି ଦୁନିଆରେ
ହୋଇକେ ପାରିବ ନାହିଁ ।
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର, ଉତ୍ତରକୂଳ ହାଟ୍, ପ୍ରୀତିପୁର, ଯାଜପୁର
ମାଆର ମମତା - ପ୍ରଶାନ୍ତ କୁମାର ନାଥ
August 06, 2018
0
