ଧରାପୃଷ୍ଠେ ପ୍ରେମୀ ଅଛନ୍ତି ହଜାର
ପ୍ରେମରେ ଦୀକ୍ଷିତ ସର୍ବ ଚରାଚର
ପ୍ରେମ ତ ଜୀବନାୟନର ଆଧାର
ଶ୍ରଦ୍ଧା ସାରଙ୍ଗୀର ମଧୁର ଝଙ୍କାର।
କିନ୍ତୁ ଏହି ପ୍ରେମ ନୁହେଁ ଚିରସ୍ଥାୟୀ
କେବେ କେଉଁ ମୋଡ଼ ଜାଣି ତ ନୁହଁଇ
କେବେ ଯେ ବିଶ୍ବାସ କେବେ ଅବିଶ୍ବାସ
ମାପି ହୁଏ ନାହିଁ ଏହାର ଆୟୁଷ !
ସଭିଏଁ ଏଠାରେ ହୋଇଣ ସ୍ବାର୍ଥାନ୍ଧ
ନବୁଝି ବିଚାରି ଆଦୈା ଭଲ ମନ୍ଦ
ଆଖି ଥାଉ ଥାଉ ହୋଇଥାନ୍ତି ଅନ୍ଧ
ପଛନ୍ତରେ ପଶ୍ଚାତାପେ ପଛେ ଧନ୍ଦ।
ହେଲେ ଜନ୍ମଭୂମି ପୀରତି ଅସରା
ଏକା ସଚ୍ଚାପ୍ରେମୀ ଜଗତରେ ପରା
କେବଳ ଅର୍ପଣ ପ୍ରକୃତି ତାହାର
ତା'ଗୁଣ ଗାରିମା ନାହିଁ ପଟାନ୍ତର।
ଏନ୍ତୁଡ଼ିଶାଳରୁ ଶମଶାନ ଯାଏ
ସିଏ ଚିରସାଥୀ ହୋଇ ରହିଥାଏ
ତଥାପି ହୁଅଇ ସେ ହେୟର ପାତ୍ର
ଏ ପ୍ରାଣୀ ସମାଜ କେତେ ଯେ ବିଚିତ୍ର।
