ତମେ ରଜାଝିଅ - ଜିତେନ୍ଦ୍ର ସାହୁ

0
ତମେ ରଜାଝିଅ ମୁଁ ଗରିବ ପୁଅ
ଦୂରତା ଆମର କେତେ,
ସରୋବରେ କଇଁ ଜହ୍ନକୁ ଅନେଇ
ଛୁଇଁ କି' ପାରୁଛି ସତେ,,।।
ରାଜଉଆସରେ ଭୋଗବିଳାସରେ
କାଟୁଛ ତମେ ଯେ ଦିନ,
ଝାଟିମାଟି ଘରେ ଦେଖେ ମୁଁ ସତରେ
ଛପର କଣାରେ ଜହ୍ନ,,।।
ତମେ ଅଲୀଅଳି ପୁରା କର ଅଳି
ଲାଗେନି ସମୟ କ୍ଷଣେ,
ମୋ ଟିକି ଆଶାକୁ ପୁରା କରିବାକୁ
ସକ୍ଷମ ନୁହେଁ ମୁଁ ଜଣେ,,।।
କେମିତି ଯେ କୁହ ଆଗୋ ରଜା ଝିଅ
କରିଲ ମୋ' ସାଥେ ଭାବ,
ପଚାର ମନକୁ ଏଇ ସମ୍ପର୍କକୁ
ପ୍ରେମ ନାଁ କି' ଦେଇ ହବ ? ।।


ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)