ଜୟଜୟ ଜଗନ୍ନାଥ ନାହିଁଁ ଆଦିଅନ୍ତ
କୋଟିକୋଟି ବ୍ରହ୍ମାଣ୍ତକୁ କଲତୁମେଜାତ ।
ତୁମହାତଗଢା ବ୍ରହ୍ମାଣ୍ତକୁ ଦେଖିବାର ପାଇଁଁ
ରଥେବସି ଘୋଷଯାତ୍ରା କର ଦୁଇଭାଇ ।
ନୀଳାଞ୍ଚଳ ନାଥତୁମେ ଅଗତିର ଗତି
ରଥେବିଜେ କରିଅଛ ଚର୍ତୁର୍ଦ୍ଧାମୂରତ୍ତି ।
ଭାଇ ଭଉଣୀଙ୍କୁ ନେଇ ନ୍ମସ୍ଥଳି ଯାଅ
ମାଉସୀ ହାତରୁ ବାଟେ ପୋଡପିଠା ଖାଅ ।
ଶଙ୍ଖ,ଚକ୍ର,ଗଦା,ପଦ୍ମଚର୍ତୁଭୁଜେ ଧରି
ଗହଳି ଲଗେଇ ଯାଅ ବିଶ୍ବରୂପ ଧରି ।
ଜଗତ ଜନଙ୍କୁ ଦେଖି ଦେଖି ଯାତ୍ରା କର
ରଥେବସି ପତିତଙ୍କୁ ଉଦ୍ଧାର ଯେ କର ।
ବିଶ୍ବରୂପି,ବିଶ୍ବମୂର୍ତ୍ତି ,ହରି,ଜର୍ନାଦନ
ସୃୃଷ୍ଟି,ସ୍ଥିତି,ପ୍ରଳୟର ଅଟହିଁଁ କାରଣ ।
ଶକତି ଅନେକ ତୁମ୍ଭ କେପାରିବ କଳି
ଗୁଣ୍ତିଚା ମନ୍ଦିର ଯାଅ ଲଗାଇ ଗହଳି ।
କିଞ୍ଚିତ ସୁଦୟା କରପ୍ରଭୂ ଭାବଗ୍ରାହୀ
ସଭିଙ୍କ ଅନ୍ତର କଥା ଜାଣିଥାଅ ତହିଁଁ ।
ଜଗତର ନାଥ ପ୍ରଭୂ ତୁମ୍ଭେ ଭଗବାନ
ତୁମ ପାଦପଦ୍ମେ ମୋର ରହିଥାଉ ମନ ।
ବୈଜୟନ୍ତୀ ସାହୁ
ଶିକ୍ଷୟତ୍ରୀ, ନରସିଂଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପିପିଲି
ମୋ- ୯୪୩୮୨୨୧୫୯୦
