ଢ଼ାଳଟିକେ ପ୍ରୀତିବାରି - ସନ୍ତୋଷ ପଟ୍ଟନାୟକ

0
ନିରାଶ ନିଦାଘ ରଚିଥିଲା ଦାଗ
ଅସହ୍ୟ ଯନ୍ତ୍ରଣା ଦେଇ
ଆକାଂକ୍ଷା ଆକାଶୁ ଅସରାଏ ମେଘ
ଆତ୍ମଗ୍ଳାନି ଦେଲା ଧୋଇ...

ବର୍ଷାରେ ଭିଜିଲା ଦେହ ମୋର ସିନା
ଶୁଖିଲା ରହିଲା ମନ
ତୁମରି ବିରହେ ପାଲଟି ଯାଇଛି
ଏ' ହୃଦୟ ମରୁବନ....

ହୃଦୟେ ସ୍ପନ୍ଦିତ ମନ ଆକୁଳିତ
ଉଦ୍ବିଗ୍ନେ କମ୍ପିତ ପ୍ରାଣ
ଆଦ୍ରତା ବିହୀନ ମଉସୁମୀ ମନ
ଅବୁଝା ଏ ଯଉବନ....

ଅଭିମାନ ଭୁଲି ପାଶେ ଆସ ଚାଲି
ଅବଶୋଷ ଯାଉ ସରି
ହୃଦୟ କୋହକୁ ପ୍ରଶମିତ କର
ଢାଳି ଟିକେ ପ୍ରୀତି ବାରି

Post a Comment

0Comments
Post a Comment (0)