ବର୍ଷା - ଦେବବ୍ରତ ଜେନା

0
ନିଦାଘ ଉତ୍ତାରୁ
ତୁମେ ଯେବେ ଛୁଇଁ ଦେଇଗଲ..
ଭରିଦେଲ ମନେ ମୋର ଅଫୁରନ୍ତ ଆନନ୍ଦ
ତୁମ ମାଦକତାର ବାସ୍ନା
ବେସୁରା ରାଗୀଣିରେ ରାଗ ଭରିଦେଲ ..
ବତୁରା ମାଟିର ମହକରେ ମୁଁ ଭିଡି ହେଇଗଲି
ତୁମ ଆଡେ ...
ତୁମ ଭାବନାରେ...
ରହିବାକୁ ଇଛା ହେଲା ତୁମ ଭବନରେ..
ଯେଉଁଠି ରାତି ରାତି ବିତାନ୍ତି ତୁମ ପାଶେ
ତୁମ କୋଳରେ
ଅବା ପଣତ କାନିରେ
ଅବା ଧାରା ଶ୍ରାବଣର ଭାବନାର ସୁଅରେ
କିଏ ଜାଣେ
ତୁମେ କେବେ ବରଷିବ ??
ଭିଜେଇ ଦେବ ହଜାଇ ଦେବ ତୁମ ଅବ୍ୟକ୍ତ ବେଦନାର ସୁଅରେ
ତଥାପି ତୁମ ବାଟ ଚାହିଁ ପ୍ରଚଣ୍ଡ ନିଦାଘର ଶୁଷ୍କତାକୁ
ଏଡାଇ ସାରିଛି
ବାକି........ ଅସୁମାରୀ ଆଶାକୁ ଉଜ୍ଜୀବିତ କରି
ଅନାଇ ବସିଛି ତୁମ ଅପେକ୍ଷାର ଅନ୍ତ ପାଈଁ

Post a Comment

0Comments
Post a Comment (0)