ମହାଦେବ -ଘନଶ୍ୟାମ ସାହୁ

0
ବମ୍ ବମ୍ ବାବା ଭୁଲା ମହେଶ
ଡିବି ଡିବି ଡିବି ଡମ୍ ରୁ ବଜେଇ ହୋ ଡମରୁ ବଜେଇ
ଭାଙ୍ଗ୍ ପନା ପିଇ ବୃଷଭେ ଆସ ।୦।
ହଲିଜୁଲି ଆସ ବୃଷଭ୍ ବାହନେ
ସାପ୍ କେ କର୍ଲ ଭୁଷଣ୍
ମା ଗଙ୍ଗା ତୁମର୍ ମଥାନେ ରହେଲେ
ଚନ୍ଦ୍ରମାକେ କର୍ଲ ଧାରଣ୍
ଦିହିସାରା ଖାଲି ଖାର୍ ମାଖି ହେଲ ହୋ ଖାର୍ ମାଖି ହେଲ
ବାଘ୍ ଛାଲ୍ ପିନ୍ଧି ଡଉଲ୍ ଦିଶ ।୧।
ସାଗରର୍ ମନ୍ଥନେ ଗରଲ୍ ପାନ୍ କଲ
ନୀଲ୍ କଣ୍ଠ୍ ନାମ୍ ଦେଲେ
ଗରଲର୍ ପର୍ଭାବୁ ରକ୍ଷା ପାଏଲେ ସବ୍
ତୁମ୍ କେ ଜପାମାଲି କଲେ
ଜଲ୍ ଦି ଜଲ୍ ଦି ବର୍ ଦେସ ବୋଲି ହୋ ବର୍ ଦେସ ବୋଲି
ନାମ୍ ହେଲା ତୁମର୍ ଆଶୁତୋଷ ।୨।
ଭୁବନେଶ୍ୱର୍ ନେ ବାବା ଲିଙ୍ଗରାଜ୍
ଆର୍ ଡି ଆଖଣ୍ଡଲ୍ ମନି
ମାନେଶ୍ୱର୍ ବାବା ସମଲ୍ ପୁରେ ଆଉ
ଧବ୍ ଲେଶ୍ଵର୍ କେ କିଏ ନାଇଁ ଜାନି
କପିଲାସେ ତୁମର୍ ବାନା ଉଡୁଅଛେ ହୋ ବାନା ଉଡୁଅଛେ
ଜାଗା ଜାଣିର୍ ପୂଜା ପାଏସ ।୩।
ଆହୋ ତ୍ରିପୁରାରୀ ଘେନ ମୋର୍ ଗୁହାରି
ତୁମେ ତ ଦେବାଧିଦେବ୍
ଦୁଃଖ୍ ନେଇ ଯ ବାବା ମହାଦେବ୍
ପାପ୍ କେ ନାଶ୍ ବ ସରବ୍
ତୁମର୍ ନାମ୍ ଭଜି ତୁମର୍ ନାମ୍ ଜପି ହୋ ତୁମର୍ ନାମ୍ ଜପି
ହେଲେ ହେଉ ମୋର୍ ଜୀବନ୍ ଶେଷ ।୪।


ଘନଶ୍ୟାମ ସାହୁ
ସଭ୍ୟ- ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।
ପୋ- କିଶୋର ଗଞ୍ଜ, ଜିଲ୍ଲା- ଅନୁଗୋଳ
ମୋବାଇଲ ନମ୍ବର- ୯୪୩୭୬୬୪୫୩୭
ପିନ୍ କୋଡ- ୭୫୯୧୨୭

Post a Comment

0Comments
Post a Comment (0)