ତୁମେ ନ ଆସିଲେ ଏଇ ଜୀବନକୁ
ଆଉ କିଏ ଆସିଯିବ
ତୁମେ ନ ବସିଲେ ଏଇ ହୃଦୟରେ
ଆଉ କିଏ ବସିଯିବ। ।।
ହୃଦୟ ଦୁଆର ତାଲା ପଡ଼ଅଛି
ପଡ଼ିନି କାହାର ଛାଇ
ଦେହ ତ ଦୂରର ଆଜି ଯାଏ କେହି
ପାରିନି ମୋ ଛାଇ ଛୁଇଁ
ଏକା ଏକା ଆଜି ବାଟ ଚାଲୁଅଛି
ଛାଇକୁ କରି ମୋ ସାଙ୍ଗ ।।
ତୁମେ ନ ଆସିଲେ......
ତୁମେ ନାହଁ ବୋଲି ଫିକା ଫିକା ଲାଗେ
ଫଗୁଣର ସାତ ରଙ୍ଗ
ତୁମେ ନାହଁ ଵୋଲି ଵରଫ ଦେହରେ
ନିଆଁ ତ ଲଗାଏ ମେଘ
ଆଉ କିଏ ସାଥୀ ଆସିବା ପୂର୍ବୁରୁ
ତୁମେ କାହିଁ ନ ଆସିବ ।।
ତୁମେ ନ ଆସିଲେ.......
ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ
ମୋ- ୯୮୫୩୩୫୪୯୩୮/୭୦୦୮୯୨୫୯୫୪
ତୁମେ କାହିଁ ନ ଆସିବ - ପ୍ରକାଶ କୁମାର ଚାନ୍ଦ
July 13, 2018
0
