ଆମେ ତ ପୂର୍ଣ୍ଣ ହୋଇ ହେଲୁ ଜନମ
ହାତ, ପାଦ ସବୁ ଦେଲ ଭଗବାନ
ନିଜର ଅଂଶ ଆତ୍ମା କୁ କଲେ ଦାନ
ଆତ୍ମା ରେ ହିଁ ପୂର୍ଣ୍ଣତାର ଅବସ୍ଥାନ
ତେବେ ଆସିଲା କାହୁଁ ଭାବନା ହୀନ
ଆମେ କିଆଁ କରିଲୁ ଆମକୁ ନ୍ୟୁନ
ମନ ମଧ୍ୟେ ଅଭାବ ଭାବନା ପୂର୍ଣ୍ଣ
ବିରୋଧାଭାଷରେ କଟିଯାଏ ଦିନ I
ରମାକାନ୍ତ ମିଶ୍ର
ବିରୋଧାଭାଷ - ରମାକାନ୍ତ ମିଶ୍ର
July 24, 2018
0
