ରେ ବୟସ - ଗୋପାଳ ଚନ୍ଦ୍ର ସାଓ

0
ରେ ବୟସ
କିଛି କହିଲି ମୁଁ
କିନ୍ତୁ ତୁ ଶୁଣିଲୁନି...
ତୁ ଛଡେଇ ନେଇ ପାରୁ
ମୋ ପିଲା ଦିନ -ହେଲେ...
ମୋତେ ପାରିବୁନି...

ସବୁ କଥାର ଜବାବ୍ ନ ଥାଏ
ସବୁ ପ୍ରେମରେ
ପ୍ରତାରଣା ବି ନ ଥାଏ...
ପିଇବା ଲୋକ ର
ପାଦ ସିନା ଚହଲି ଯାଏ
ହେଲେ ସବୁ ନିଶା
ମଦ ନ ଥାଏ...

ନୀରବ ମନକୁ ପଚାରି ବୁଝୁଛ
ଥରେ ହସୁଥିବା ଲୋକର
ମନ ଟାକୁ ଚିପୁଡି ଦେଖ...
ଏତେ ମାନ ଅଭିମାନ
ଯାହା ପାଖରେ କର
ତାକୁ ହୃଦୟେ କାହିଁକି
ସାଇତି ରଖ*...?

ଜଣେ ଈଶ୍ୱରଙ୍କୁ ମାଗିଲା କିଛି
ଦେବ ଯଦି ଦିଅ ମରଣ ବାଛି...
ଈଶ୍ୱର କହିଲେ ..ନିଶ୍ଚୟ
ହେଲେ ତାକୁ କ'ଣ କହିବି
ଯିଏ ତୋ ଜୀବନ ମାଗି ବସିଛି?

ସବୁ ମନକୁ ହୁଏ ନା ବୁଝେଇ
ସବୁ ଲୋକ ନୁହେଁ ବାଟୋଇ...
ତେଲ ପାଇଁ ଯଦି
ଦୀପ ଲିଭିଯାଏ
ଲାଭ ନାହିଁ ଦୋଷ
ପବନେ ଦେଇ...


ମୂଳ ରଚନା- ଶ୍ରୀ ଗୁଲଜାର ଜୀ
ଅନୁବାଦ - ଶ୍ରୀ ଗୋପାଳ ଚନ୍ଦ୍ର ସାଓ
ଦେଉଳି, ମୟୂରଭଞ୍ଜ, ମୋ- ୯୯୩୭୦୪୬୯୯୮

Post a Comment

0Comments
Post a Comment (0)