ହେ ପ୍ରଭୁ ଜଗତ ନାଥ - ଜିତେନ୍ଦ୍ର ସାହୁ

0
ସଂସାର ନାବର ତୁମେ ହିଁ ନାବିକ
ଧରିଛ ଜୀବନ କାତ,
ତୁମେ ହିଁ ମାରୁଛ ତୁମେ ହିଁ ତାରୁଛ
ହେ ପ୍ରଭୁ ଜଗତ ନାଥ,,।।
ସମୟ ସ୍ରୋତରେ ଭସାଉଛ ନାବ
ଆୟୁଷ ପିଠିରେ ରଖି,
ଗଡିଗଲା ପରେ ବୟସର ସଞ୍ଜ
ଖେଳୁଅଛ ଶୂନଛକି,,
ସାହାସ ଧର୍ଯ୍ୟର ପରୀକ୍ଷା ନେଉଛ
ଲଦିଦେଇ ସୁଖ ଦୁଃଖ,,
ତୁମେ ହିଁ ମାରୁଛ ତୁମେ ହିଁ ତାରୁଛ
ହେ ପ୍ରଭୁ ଜଗତ ନାଥ,,।।
ଜନ୍ମଠାରୁ ମୃତ୍ୟୁ ଅଛି ଯାହା ବସ୍ତୁ
ସବୁ ତୁମ ଅଧୀନରେ,
ଟିକିନିକି କରି ସାଇତି ରଖୁଛ
ଧରମର ନିକିତିରେ,,
ଆଞ୍ଜୁଳା ଆଞ୍ଜୁଳା ନେଇ ଅଜାଡୁଛ
ପାପ-ପୁଣ୍ୟ,ମିଛ-ସତ,,
ତୁମେ ହିଁ ମାରୁଛ ତୁମେ ହିଁ ତାରୁଛ
ହେ ପ୍ରଭୁ ଜଗତ ନାଥ,,।।


ଜିତେନ୍ଦ୍ର ସାହୁ
ଏମ୍. ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)