ସବୁଠୁ ଉତ୍ତମ ମୋହରି କାମ।
ବାଟୋଇ କୁ ଛାଇ ଦିଅଇ ମୁହିଁ,
ଅଗାଂରକାମ୍ଳ ନିୟନ୍ତ୍ରଣ ମୋରି ପାଇଁ।
ଝୁଣା, ଲାଖ ଆଦି ଦରବ କେତେ,
ଯୋଗାଉଥାଏ ମୁଁ ଯାହାକୁ ଯେତେ।
ଝରକା, କବାଟ,ଚଉକି,ମେଜ,
କରିଦିଅ ମତେ କେତେ ଯେ ଚିଜ।
ତୁମ ଖୁସି ପାଇଁ ମୁଁ ସଦା ଚିନ୍ତିତ,
ମୋ କଥା ତୁମେ ନ ଭାବ କିଞ୍ଚିତ।
ମତେ ହାଣି ତମେ କରୁଛ ନଷ୍ଟ,
ଦୁର୍ବିସହ ହେବ ତୁମ ଦିନ ଅବଶିଷ୍ଟ।
ଉପକାର କରି ଏ ଦୁର୍ଦ୍ଦଶା ମୋର,
କଳିଯୁଗର ଏ ଅଟେ ବିଚାର।
ମତେ ନଷ୍ଟ କରି କି ଲାଭ କୁହ,
ମୋ ପାଇଁ ନିଶ୍ଚେ ବୋହିବ ଲୁହ।
ବରଷା ସମ୍ଭବ ମୋରି ପାଇଁ,
ତଥାପି ବି ମତେ କାଟୁଛ କାହିଁ।
ମତେ ହାଣି ତମେ କରିଲେ ସଫା,
ପ୍ରକୃତି ହେବ ତୁମ ଉପରେ ଖପ୍ପା।
ଦୟାକରି ତୁମେ ମତେ ନ ହାଣ,
ଉପକାରେ ନିଶ୍ଚେ ଆସିବି ଜାଣ।
ମତେ ଜାଳି କର ଖାଦ୍ୟ ପ୍ରସ୍ତୁତ,
ମୋ ଖାଦ୍ୟ ପାଇଁ ତୁମେ ନୁହେଁ ଚିନ୍ତିତ।
ସକାଳ ସଞ୍ଜେ ମୁଁ ପିଲେ ପାଣି,
କାମ କରିବି ତୁମ ମନକୁ ଜାଣି।
ମୁଁ ବଞ୍ଚିଥିଲେ ବଞ୍ଚିବ ତୁମେ,
ମୁଁ ଝୁମୁଥିଲେ ଦୁନିଆ ଝୁମେ।
ନଷ୍ଟ ନ କରି ବଞ୍ଚାଅ ମତେ,
ତୁମର ମଗଂଳ ହୋଇବ ସତେ।
ବନମହୋସ୍ରବ ପାଳନ ମୋହରି ପାଇଁ,
ଜୁଲାଇ ମାସର ପ୍ରଥମ ସପ୍ତାହ ସେହି।
ନେଇଅଛି ଯିଏ ମୋର ଯତ୍ନ,
ପାଇଅଛି ସିଏ ଅମୂଲ୍ୟ ରତ୍ନ।
ଯତ୍ନ ମୋହରି ନ ନେଲେ ଭାଇ
ନିଜ ଦୁଃଖ ପାଇଁ ହୋଇବ ଦାୟୀ।
ଭାଇ ଭଉଣୀଙ୍କୁ କରେ ବିନତି,
ସେବୁଥାଅ ମତେ ନିତି ନିତି।
ପରୋପକାରେ ମୁଁ ନିତି ଥାଏ,
ନ ଲାଗୁ ମତେ କାହାର ହାଏ।
ଜନ୍ମ ଆଉ ମୃତ୍ୟୁ ଦୁନିଆ ରୀତି,
ମୋ ଅକାଳ ମୃତ୍ୟୁ ତୁମକୁ ବିପତ୍ତି।
ବଞ୍ଚିବାକୁ ମତେ ଦିଅରେ ଭାଇ,
ବନ୍ଧୁ,ସଖା,ସହୋଦର ହୋଇବି ମୁହିଁ।
