ଦୁହିତା - ରାଜେଶ ପୂଜାରୀ

0
ଶୀତ ସକାଲୁଆ କାକର ବୁନ୍ଦା ରେ
ଚଂଚଲ ଝରନା ପାନି,
ଦେହେକେ ମନକେ ଦେହି ମୁହାଛନି
ନନୀର ଲୁଭାନି ଠାନି।

କଥା କୁହା ତାର କୁଇଲିର ସୁର
ଚାଲିଟା ମୟୁରୀ ସରି,
ଆକାଶୁ ଫୁଲ ଯାଏସି ବରଷି
ହସିଦେଲେଁ ମୁଲ୍ କରି।

ସେହ୍ନୋ ଶରଧାର ମଧୁର ଜୁଗାର
ପୀରତିର ତାଲ ଗଏଁଠା,
ସେ'ଗଲେଁ ରୁଷି ଫଗୁନ ଫୁଲାସି
ଜୀବନ ହେସିତ ସିଠା।

ଅନ୍ଧର ଲଉଡ଼ି ସେ'..ଆଶା ବାଡ଼ି
ଗଲାର ରତନମାଲି,
ପଥରାଲା ଆଖିର ଦୁରବଲ ପତା ନେ
ରୁପା ତେଜ ଦେସି ମେଲି।

ପୁଓ ପଛେ କରେ ମା ବୁଆ କେ ପର
ଦୁଖେ ନାଇଁ ରହେ ପାଶେ,
ମୁରୁଛି ନାଇଁ ପାରେ ଡାକିଦେଲେଁ ଥରେ
ଧାଇଁ ଧାଇଁ ନନୀ ଆସେ।

ସହମତି ସେତ ସୁ-ଗୁନମତି ଯେ
ଅଘୋର ମହିମାମୟୀ,
ଆଦର ବେଭାର ଚାଲି ଚଲନ କେ
ତାର ସରି କିହେ କାହିଁ!

ଦୁଇଟା କୁଲର ହିତେ ଅନୁଖନୁ
ସଅଁପି ଦେସିରେ ମନ,
ମା'ର ଘରେ ନୁନୀ ଚିକ୍ ମିକ୍ ତାରା
ଶାଶୁଘରେ ଚକାଜନ।


କୁଶମେଲ, ଝାରସୁଗୁଡ଼ା

Post a Comment

0Comments
Post a Comment (0)