ସ୍ଵପ୍ନ ମୁଁ ଓ ତୁମେ - ଦେବବ୍ରତ ଜେନା

0
ସପନରେ ହେଉ ଅବା ଜାଗରଣେ
ତୁମେ ମୋ ପାଖକୁ ଆସ
ନିର୍ଜନ ବେଳାରେ ତୁମେ କାହିଁ ମୋର
ଖିଆଲି ମନରେ ବସ ?
ଖିଆଲ ମନରେ ତମ ଚାରୁ ଚିତ୍ର
ସିକ୍ତ ଭାବନାରେ ଆଂକେ
ବ୍ୟର୍ଥ ହେବ ନାହିଁ ମୋ ଭଲ ପାଇବା
ଏକଥା ସପନେ ଦେଖେ ।।
ସପନଟା ଖାଲି ସପନରେ ବଂଚେ
ବାସ୍ତବରେ ଏହା ହଜେ
ତଥାପି ଜାଣିବି ମନ ଅମାନିଆ
କପୋତ କାହିଁକି ସାଜେ ??
ରାତିରେ ସପନ ଅସୁମାରି ଆଶା
ଦିନରେ ସେ ମରୁ ବାଲି
ରାତି ପାହିଗଲେ ସକାଳ ଆସିଲେ
ଜୀବନଟା ଲାଗେ ଖାଲି ।।

Post a Comment

0Comments
Post a Comment (0)