ଜଳୁଛି ମୁଁ ଦିନ ରାତି - ଜିତେନ୍ଦ୍ର ସାହୁ

0
ଅସରା ଶ୍ରାବଣ ଲିଭେଇ ପାରୁନି
ବିରହ ଯନ୍ତ୍ରଣା ତାତି,
ତମେ ଗଲାପରେ ଓରେ ମୋ ସାଥିରେ
ଜଳୁଛି ମୁଁ ଦିନ ରାତି,,।।
ଆଖିରୁ ଝରୁଛି ଅଧର ପିଉଛି
ପଲକକୁ କରି ଓଦା,
ଛାତିର ଲହୁରେ ହୃଦୟ ତିନ୍ତୁଛି
ତଥାପି ଲାଗଇ ବାଧା,,
ଅଶାନ୍ତ କୋହର ଉଠୁଛି ଜୁଆର
ଲାଭା ସମ ଫୁଟି ଛାତି,,
ତମେ ଗଲାପରେ ଓରେ ମୋ ସାଥିରେ
ଜଳୁଛି ମୁଁ ଦିନ ରାତି,,।।
ଗରମ ରକତ ଫୁଟେ ଟକମକ
ସାରା ଧମନୀରେ ମୋର,
କାମିନୀ ବଶରୁ ମୋହିନୀ ଫାଶରୁ
ପାରୁନି ନିଜକୁ ଦୂର,,
କାଉଁରୀ କିମିଆ ସ୍ମିତହାସ୍ୟ ଛୁଆଁ
ଜାଗ୍ରତ କରାଏ ସ୍ମୃତି,,
ତମେ ଗଲାପରେ ଓରେ ମୋ ସାଥିରେ
ଜଳୁଛି ମୁଁ ଦିନ ରାତି,,।।


ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)