ମା - ରାଜେଶ ପୂଜାରୀ

0
'ମା' ବଲି ଯେନ୍ ଅଖର ଗୁଟେ
ସଂସାର ଭିତରେ ସାର,
'ମା' ଶବଦଟା ବଡ଼ଖା ସବୁନୁ
ଆଏ କରୁନାର ଧାର‌‌।

'ମା' ଡା଼କଟା କେତନି ମଧୁର
ହୁରୁଦ କାକର କରା,
ବମାଲା ଡଂଗାର କଢ଼େନ କାତ
ଅସରା ଦରଦ ହରା।

'ମା'ର କଥା ପଦେଟା ଆଏରେ
ପଥର ଗାର ଛୁଆର୍,
ତାର ଶିକ୍ଷା ତାର ଦୀକ୍ଷା ଆଏ
ମହତ ସାଫୁଲ ଦୁଆର୍।

'ମା'ର ଗରସା ଖଣ ଖିରସା
ଜମେନ ଗୁରେଁ ପଗା,
ସେଥୁ ଅଏତକା ସୁଆଦ ଦରବ
ନାଇଁ କେହେନି ଜାଗା।

ଚାରହି ରାଏଜୁ 'ମା'ରନୁ ସୁନ୍ଦର
ପାଏମା ଆରୁ କାହିଁ,
ମାଏନ ବେଭାର କେତେ ନୁକୋ ତାର
କଲି କି'ଏ ହେବା ଭାଇ।

'ମା'ର କୁଲେ ମିଲେ ସରଗ ଶାନତି
ଯେତେ ଥିଲେ ଥକି ହାରି,
'ମା'ର ଚିରାଲା ପନତ କାନି
କଲା ପାଏନ କେ ଭାରି।

'ମା'ର ଗାଏଲା ଅନାବନା ଗୀତ
ସବୁ ଗୀତନୁ ଉଚା,
ତାର ସୁଆଁଲାନ୍ କଲେ କଲେ ରେ
ସୁନାର ସପନ ଛୁଛା।

ସବୁନୁ ନିରାପଦ ଛୁଆକର ଲାଗି
'ମା'ର ଛତରଛାୟା,
କୁବେର ସଂପଦ ଆଶୀରବାଦ ତାର
ଜାନିଥା ଜାନିଥା ଭାୟା।

ମଙ୍ଗଲକାରନୀ ମମତାମୟୀ
ସେହ୍ନୋ ସଁସେର ମୁରତି,
ହରମେଶା ଛୁଆର୍ ତପକରନୀ
ଗୁନମତି ସହମତି।

ଚାରହି ରାଏଜର ଯେତକି ତୀରଥ
ତାର ପାହା ତଲୁ ସାନ,
ତେତିଶ କୋଟି ଦେ...ଦେବତା
ତାହାରୁ ତଲ ଆନ୍।

ସେନ ଆଏ ବଢ଼େନୁ ବଡ଼ଖା
ସମସ୍ୟାର ସମାଧାନ,
ଛୁଆର୍ ଆଶା ଛୁଆର୍ ଭାଷା
ଗତି ମୁକତିର ଠାନ।

'ମା'ର ସେବା ମହାପୁରୁ ସେବା
ଇ କଥାକେ ଜାନ୍ ଭାଇ,
'ମା'ର ଚରନ ନିଉଛାଲ କର
ହରୁ ହରପଲ ତୁଇ।

ତାର ନାଁ କେ କରିଥିବୁ ବାବୁ
ତୋର ଗଲାର ମାଲା,
ଦୁଖ ଅଂଗରା ଘେରେ ଠେଲଗି
କରିବୁ ନାଇଁ ଗୁଲୁଗୁଲା।

'ମା'କେ ଯିଏ କରେ ହତାଦର
ତାହାରୁ ନାଇଁନ ପାପୀ,
ଢ଼େଁକଲାଏ ଯେ ଖାବଡ଼ ପାଇ
ଦୁଖେ ଦୁଖେ ଯାଏ ଖପି।


କୁଶମେଲ, ଝାରସୁଗୁଡ଼ା

Post a Comment

0Comments
Post a Comment (0)