ଲକ୍ଷେ ଶ୍ରାବଣରେ ତୁମେ ଭିଜୁଥାଅ
ପ୍ରୀତିବୋଳା ବରଷାରେ
ମୋ ଜୀବନେ ଆସୁ କୋଟିଏ ନିଦାଘ
ଭିଜିବି ମୁଁ ଲୋତକରେ ।
ତୁମ ଚଲାବାଟେ କୋଳାହଳ ଭରୁ
ନୀରବି ଯାଉ ମୋ ପଥ
ତୁମ ପାଇଁ ଥାଉ ପ୍ରେମର ସଙ୍ଗୀତ
ମୋ ପାଇଁ ଦୁଃଖର ଗୀତ ।
ତୁମରି ସପନ ସତ ହୋଇଯାଉ
ନିଆଁ ଲାଗୁ ମୋ ଇଚ୍ଛାରେ
ଲକ୍ଷେ ଶ୍ରାବଣରେ ତୁମେ ଭିଜୁଥାଆ
ପ୍ରୀତି ବୋଳା ବରଷା ରେ - - -
ସରୁ ମୋର ଦିନ ଯାଉ ଏ ଜୀବନ
ତୁମ ଓଠ ହସୁଥାଉ
ତୁମ ଅତି ପ୍ରିୟ ମନ ମଣିଷକୁ
ମୋ ଆୟୁଷ ଲାଗିଯାଉ ।
ଧୂଳି କଣା ଟିଏ ନଲାଗୁ କଣ୍ଢେଇ
ତୁମସିନ୍ଥି ସିନ୍ଦୂରରେ
ଲକ୍ଷେ ଶ୍ରାବଣରେ ତୁମେ ଭିଜୁଥାଅ
ପ୍ରୀତି ବୋଳା ବରଷାରେ...
ସିଦ୍ଧେଶ୍ବର ତ୍ରିପାଠୀ
