ଗୋମାତା ଭାବରେ ପୂଜା ପାଉ ତୁହି
ପ୍ରତି ହିନ୍ଦୁ ପରିବାରେ,
ସବୁ ପଶୁ ମଧ୍ୟେ ପବିତ୍ର ଭାବେ ତୁ
ଗଣା ହେଉ ଭାରତରେ।
ମନ ଜାଣି ମା' ଯୋଗାଇ ଦେଉ ତୁ
ଘିଅ, ଦହି, ଛେନା, ଖିର,
ବଂଶୀଧରଙ୍କର ଅତି ପ୍ରିୟ ଥିଲା
ତୋ ଜାତ ଲବଣୀ ସର।
ପଶୁ ହେଲେ ବି ତୁ ସାହାଯ୍ୟକାରୀ
ଏ ମଣିଷ ଜାତି ପାଇଁ,
ଘରେ ରଖି ତୋତେ ପାଳନ୍ତି ସଭିଏଁ
ଆଦର ଓ ଯତ୍ନ ଦେଇ।
ପୁଷ୍ଟିକର ଓ ଅତି ଉପକାରୀ
ଦୁଗ୍ଧ ଯେ ତୋହରି ଜାଣ,
ପୂଜା ପାର୍ବଣ ଆଦି ଶୁଭକାର୍ଯ୍ୟେ
ହୁଏ ବି ତାହା ଅର୍ପଣ।
ଉତ୍କୃଷ୍ଟ ମାନର ସାର ଯେ ଅଟଇ
ତୋ ଠାରୁ ଉତ୍ପନ୍ନ ମଳ,
ଚାଷୀ ପାଇଁ ତାହା ଅତି ଦରକାରୀ
କ୍ଷେତ ପାଇଁ ତାହା ବଳ।
ସ୍ୱାର୍ଥରେ ନିଜର ଅନ୍ଧଥାନ୍ତି କିଛି
ସ୍ୱାର୍ଥପର ଅମଣିଷ,
ବିବେକ ହରାଇ ଶତୃହାତେ ଦ୍ୟନ୍ତି
ନ ରଖି ମନରେ କ୍ଳେଶ।
ପ୍ରତ୍ୟେକ୍ଷ ହେଉ କି,ହେଉ ପରୋକ୍ଷରେ
କରିଥାଉ ହତ୍ୟା ମା'ର,
ଭୁଲିଯାଉ ସବୁ କରିଥାଏ ଯେତେ
ଆମ ପାଇଁ ଉପକାର।
ଗୋମାତା ର ହତ୍ୟା ମହାପାପ ଭାବେ
ହିନ୍ଦୁ ଧର୍ମେ ବିବେଚିତ,
ଗୃହପାଳିତ ସେ ନିରୀହ ପଶୁକୁ
ହତ୍ୟା ନୁହଁଇ ଉଚିତ।
ମାଆ (ଭାଗ-୪) - ପ୍ରୀତିପ୍ରିୟା ମହାନ୍ତି
July 17, 2018
0
