ସବୁଠୁ ସୁନ୍ଦର ଦିଶେ
ଘରେ ଘରେ ଦୋଳି ଲାଗିଥାଏ ପୁଣି
କେତେ ପିଠା ପଣା ବାସେ ।
କୁଆଁରୀଏ ସାରି ଗାଧୁଆ ପାଧୁଆ
କେତେ ସଜବାଜ ହୋଇ
ବାଉଁଶ ଦୋଳିରେ ଝୁଲୁ ଥାନ୍ତି ଦେଖ
ରଜ ଗୀତ ଗାଇ ଗାଇ।
ଗ୍ରାମ ଦେବତୀ ମୋ ବ୍ରାହ୍ମଣୀଦେବୀଙ୍କ
ଚାଲେ ପୂଜା ଆରାଧନା
ହୋମ ଯଜ୍ଞ ଶେଷେ ମାଆଙ୍କ ନିକଟେ
ଉଡ଼ଇ ବିଶାଳ ବାନା ।
ସଞ୍ଜ ଆସିଗଲେ ସତ୍ୟ ନାରାୟଣ
ବିରାଜନ୍ତି ଆସ୍ଥାନରେ
ଚାରି ରାତି ବାଦୀ ପାଲା ଦେଖା ହୁଏ
ବନ୍ଧୁ ବାନ୍ଧବ ସାଙ୍ଗରେ ।
ଗ୍ରାମରେ ରହିଛୁ ସର୍ବେ ଆନନ୍ଦରେ
(ବ୍ରାହ୍ମଣି) ଦେବୀଙ୍କ କରୁଣା ପାଇ
ଯେଉଁଠି ଥିଲେବି ରଜ ପରବକୁ
ଗାଁ'କୁ ଆସିବୁ ଧାଇଁ ।
ସିଦ୍ଧେଶ୍ବର ତ୍ରିପାଠୀ (କବିର ଘର)
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା,
ମୋ- 8018646704
