ସରଗପୁର - ମାନସ ରଞ୍ଜନ ପଟ୍ଟନାୟକ

0
ଗୋପବନ୍ଧୁଙ୍କର ଆଶା ଯେ ପୂରଣ
ହୋଇଲା ପବିତ୍ର କାଳେ,
ବନବିଦ୍ୟାଳୟ ସ୍ଥାପନା କରିଲେ
ତମାଳ, ବକୁଳ ମୂଳେ !!

ଯୋଗ ଦେଇଥିଲେ ଆଚାର୍ଯ୍ୟ ପଣ୍ଡିତ
ଗୋଦାବରୀ, କୃପାସିନ୍ଧୁ,
ଶିକ୍ଷାଦାନ କଲେ କୁଞ୍ଜବନେ ରହି
ଝରିଲା ବିଦ୍ୟାର ବିନ୍ଦୁ !!



କେତେ ଝଡଝଞ୍ଜା ପବନର ସ୍ରୋତ
ଭାଙ୍ଗି ନାହିଁ ତାଙ୍କ ନୀଡ,
ଉଣେଇଶ ସାଲ ନଅର ମନ୍ଦିର
ଶିକ୍ଷାଳୟର ଉହାଡ !!

ବୈଶାଖର ତାତି ଶ୍ରାବଣରେ ଝରା
ମହକିଲା ତପୋବନ,
ପବିତ୍ର ମାଟିରେ ରହି ଛାତ୍ରମାନେ
କରିଲେ ଶିକ୍ଷା ଗ୍ରହଣ !!



ଛୁରିଆନା ବଣ ମାଳତୀ କୁଞ୍ଜରେ
ଅପୂର୍ବ ମାଧୁର୍ଯ୍ୟ ଦୃଶ୍ୟ,
କାକଳୀ କୂଜନେ କୋକିଳ ମାଧୁରୀ
ସୁଗନ୍ଧ ମହକ ବାସ ॥

କେତେ ବତାସ ଯେ ବୋହିଲା ସେବେଳେ
ନୂଆଁଇଲେ ନାହିଁ ମଥା,
ସମଗ୍ର ଉତ୍କଳେ ବାଣ୍ଟି ଚାଲିଥିଲେ
ଶିକ୍ଷା ଶୋଭନୀୟ ବାର୍ତ୍ତା ॥



ଜାଗେଶ୍ଵରୀ ପୀଠ ମୂକସାକ୍ଷୀ ଥିଲା
ସୁଆଣ୍ଡୋ ଗ୍ରାମରେ ସେତ,
ପଞ୍ଚ ପ୍ରାଣ ମିଳି ଶପଥ କରିଲେ
ସହାୟ ହୁଅ ଆରତ ॥

ସାକ୍ଷୀଗୋପାଳଙ୍କ ପଶ୍ଚିମ ପାରୁଶେ
ଗଢିଲେ ବିଦ୍ୟାମନ୍ଦିର,
ବନବିଦ୍ୟାଳୟ କମନୀୟ ଚିନ୍ତା
ଆହା ମୋ ସରଗପୁର ॥






ସମ୍ପାଦକ, ମାଟିର ମହକ ସାହିତ୍ୟ ପତ୍ରିକା,
ସାକ୍ଷୀଗୋପାଳ, ପୁରୀ,
ଦୂରଭାଷ: ୯୦୯୦୭୫୧୪୯୦

Post a Comment

0Comments
Post a Comment (0)