ଆଖି ରୁ ଲେମ୍ୱୁ ରସତକ ତରକାରୀ ର ସ୍ୱାଦ ଖରାପ କରିବାକୁ ଉଦ୍ୟତ ହେଉଥିଲେ କିନ୍ତୁ ଉତ୍ସୁକ ଥିଲେ ଶୁଣିବାକୁ ସ୍ବାମୀଙ୍କ ଉତ୍ତର । ଉତ୍ତର ରେ ସ୍ବାମି କହିଲେ ମାଆ ଖାଲି ସେତିକି ନୁହେଁ କେବେ ଯଦି ମୁଁ ତା ଠୁ କିଛି ଟଙ୍କା ନେଇଥାଏ ତ ସାତକୁ ସତୁରି କହି ନେଇଯାଏ । ଖାଲି କଣ ଚୋରି, ସେ ଟଙ୍କା କୁ ଏମିତି ଜାଗାରେ ଲୁଚାଇବ ଯେ ଖୋଜିଲେ ବି ପାଇବନି । ଟିକେ ନିରବ ହୋଇ କହିଲେ, ଆଉ ଜାଣିଛ ବୋଉ ଏତେ ଟଙ୍କା ରଖିବି ନିଜ ପାଇଁ ଗୋଟେ ପଇସା ଟେ ଖର୍ଚ୍ଚ କରିନି। ଯେମିତି ଜାଣିଲା ମୋର ଏ ଅବସ୍ଥା ଯେ ବ୍ଯାଙ୍କ ରୁ ଟଙ୍କା ଉଠାଇ ପାରିବିନି ଆଉ ଘର ର ସବୁ ଖର୍ଚ ଅଛି ସାଂଗେସାଂଗେ ସବୁ ଟଙ୍କା କାଢି ମୋତେ ବଢାଇଦେଲା । ତୁମର ମନେ ଅଛି ବୋଉ, ଯେତେବେଳେ ମୋ ଜମି କିଣା ହେବାର ଥିଲା ତୁମ ବୋହୂ ନିଜ ବାପ୍ ଘରୁ ଆଣିଥିବା ଗୋଟିଏ ବୋଲି ହାର ମୋ ପାଇଁ ବନ୍ଧା ପକେଇଦେଲା ଆଉ ଆଜି ଯାଏଁ ଖାଲି ବେକରେ ଅଛି ତେବେ ଆମର କର୍ତ୍ତବ୍ୟ ନୁହଁ ଆମେ ତାକୁ ବିଶ୍ବାସ କରିବା। ଯଦି ସେ ଦେଲାବେଳେ ନିଜର ଥିଲା ତ ନେଲାବେଳେ ନିଜର କାହିଁକି ନୁହଁ ବୋଉ।
ବୋଉ ଗୃହଲକ୍ଷ୍ମୀ ପାଖେ ଲକ୍ଷ୍ମୀ ରହିଲେ ଘର କେବେ ଲକ୍ଷ୍ମୀ ଛଡା ହେବନି। ତେଣୁ ମୁଁ ଜାଣି ଶୁଣି ପର୍ସ ତା ପାଖେ ଛାଡିଦିଏ। ବୋଉ ତୁମେ ସ୍ତ୍ରୀ ମାନେ ତୁମର ସବୁକିଛି ଛାଡି ଜଣେ ପର ପୁରୁଷ କୁ ବିଶ୍ବାସ କରି ନିଜର ସବୁକିଛି ତା ଉପରେ ଉତ୍ସର୍ଗ କରିଦିଅ। ଆଉ ଏ ସବୁ ତୋ ଉପରେ ବି ଲାଗୁ ହୁଏ ବୋଉ। ମୋ ପର୍ସ ଉପରେ ତୁମ ଦୁଇଜଣଙ୍କ ସମାନ ଅଧିକାର ଅଛି। ମାଆଙ୍କ ଆଖିରେ କିଛି ଓଦା ଥିଲା ତ ପୁଅ କହିଲେ ବୋଉ ପର୍ସ ପୁରା ଖାଲି କରିବନି ମୁଁ ପୁଣି ଖାଲି ପର୍ସ ଧରି ଅପଦସ୍ତ ନହୁଏ । "ସ୍ବାମିଙ୍କ ଉତ୍ତର ସ୍ତ୍ରୀ ମନକୁ ପାଇଲା । ତରକାରୀ ଟା ଲୁଣି ହଉହଉ ରକ୍ଷା ପାଇଲା ।
ଘର ନଂ- ଏଲ.ଆଇ.ଜି. ୧/୨
ହାଉସିଂ ବୋର୍ଡ କଲୋନୀ, ଆମ୍ବପୁଆ, ବ୍ରହ୍ମପୁର,
ଦୂରଭାଷ : ୯୩୩୭୫୭୩୮୮୬
