
ଆପଣା ହୃଦୟ ଆଖିରେ ଯେ' କାଳେ
ଯାହାକୁ ବି ଦେବ ଶୀର୍ଷରେ ସ୍ଥାନ,
ନିଜର ସେ ସର୍ବେ ସର୍ବା ସବୁକିଛି
ଅନ୍ଯ ପାଇଁ ନୁହଁ କହଇ ପ୍ରେମ ।
ବିଶ୍ଵ ବ୍ରହ୍ମାଣ୍ଡରେ ଏମିତି କେ' ନାହିଁ
ଯାହାକୁ ଥରୁଟେ ଛୁଇଁନି ପ୍ରେମ,
ପ୍ରଥମ ଭଲ ପାଇବା କଥା ଭାବି
କେବେ ନିରବରେ କାନ୍ଦିନି ମର୍ମ ।
ଯାହାକୁ ଥରୁଟେ ଛୁଇଁନି ପ୍ରେମ,
ପ୍ରଥମ ଭଲ ପାଇବା କଥା ଭାବି
କେବେ ନିରବରେ କାନ୍ଦିନି ମର୍ମ ।
ହୃଦୟରେ ପ୍ରେମ ବାରମ୍ବାର ଆସେ
ଜୀବନେ ପହିଲି ପ୍ରେମ ଯେ' ଥରେ,
ପ୍ରଥମ ପ୍ରେମର ମିଠା ଅନୁଭବ
ହଜିଲେ ନ ମିଳଇ ଜୀବନରେ ।
ପବନ ଯେ କାଳେ ଛୁଏଁ ଚୁମେ ବୃକ୍ଷ
ସକଳ ଶରୀର ପତ୍ର ହଲଇ,
ପ୍ରେମୀର ଭାଷାରେ ସ୍ପର୍ଶ ହିଁ ତ ପ୍ରେମ
ପ୍ରକୃତି ମଧ୍ୟରେ ପ୍ରେମ ଯେ ସ୍ଥାୟୀ ।
ସକଳ ଶରୀର ପତ୍ର ହଲଇ,
ପ୍ରେମୀର ଭାଷାରେ ସ୍ପର୍ଶ ହିଁ ତ ପ୍ରେମ
ପ୍ରକୃତି ମଧ୍ୟରେ ପ୍ରେମ ଯେ ସ୍ଥାୟୀ ।
ପ୍ରେମ ଏକ ଏଭଳି ପ୍ରତିଯୋଗୀତା
ତହିଁରେ ଯେ' ଜିତେ ସେ ସଦା ହାରେ,
ହାରିଯାଏ ଯିଏ ପାଇଯାଏ ସବୁ
ଯାହା ଚାହେଁ ଆପଣାର ଅନ୍ତରେ ।
ପ୍ରେମକୁ ବାହରୁ ଯେତେ ପରଖିଲେ
ଜାଣି ପାରିବନି ଭଲ କି ମନ୍ଦ,
ମଣିଷର ଗୁଣ ଚରିତ୍ର ଯେଭଳି
ନ ଚାଖିଲେ ବାରି ନ ହୁଏ ସ୍ବାଦ ।
ଜାଣି ପାରିବନି ଭଲ କି ମନ୍ଦ,
ମଣିଷର ଗୁଣ ଚରିତ୍ର ଯେଭଳି
ନ ଚାଖିଲେ ବାରି ନ ହୁଏ ସ୍ବାଦ ।
କବି କୁଟୀର,
ଦଣ୍ଡାସିଂହା,ବାରକୋଟ, ଦେବଗଡ,
ମୋ-୯୬୬୮୨୪୨୭୨୦
ଦଣ୍ଡାସିଂହା,ବାରକୋଟ, ଦେବଗଡ,
ମୋ-୯୬୬୮୨୪୨୭୨୦
