କାଇଞ୍ଚ ମାଳି - ପ୍ରକାଶ କୁମାର ଚାନ୍ଦ

0
ଆଖି ତୁମ ଆଖି ନୁହେଁ
ବନ୍ଧୁକର ଗୁଳି
ଓଠ ତୁମ ଓଠ ନୁହେଁ
ପଦୁଅଁର କଳି ।

ମନ ତୁମ ମନ ନୁହେଁ
ଅଛିଣ୍ଡା ଗଣିତ
ପ୍ରେମ ତୁମ ପ୍ରେମ ନୁହେଁ
ଅଵୁଝା ସାହିତ୍ୟ
ସ୍ୱପ୍ନ ତୁମ ସ୍ୱପ୍ନ ନୁହେଁ
ସତେ କି ବିଜୁଳି ।
ଆଖି ତୁମ ଆଖି ନୁହେଁ
ଵନ୍ଧୁକର ଗୁଳି...


ଚାଲି ତୁମ ଚାଲି ନୁହେଁ
ସତେ ରାଜହଂସି
କଥା ତୁମ କଥା ନୁହେଁ
ସାତ ସୁର ଵଂଶୀ
ହସ ତୁମ ହସ ନୁହେଁ
କାଇଁଚର ମାଳି ।
ଆଖି ତୁମ ଆଖି ନୁହେଁ
ଵନ୍ଧୁକର ଗୁଳି...



ଜୟପୁର ଶାସନ, ପିପିଲି, ପୁରୀ,
ଦୂରଭାଷ: ୯୮୫୩୩୫୪୯୩୮

Post a Comment

0Comments
Post a Comment (0)